5 countries that starts with letter M

ପୃଥିବୀରେ ଏମିତି ବହୁ ଦେଶ ଅଛି ଯାହା ଗୋଟିଏ ଅକ୍ଷରରୁ ଆରମ୍ଭ। ଏହାକୁ ସଂଯୋଗ କୁହାଯାଇ ପାରେ, କିନ୍ତୁ ବେଳେବେଳେ ଏସବୁ ଦେଶ ଗୋଟିଏ ଚରିତ୍ରର ହୋଇଥାନ୍ତି।

ଇଂରାଜୀ ଅକ୍ଷର Mରୁ ଆରମ୍ଭ ହେଉଥିବା କିଛି ଦେଶ ଅଛି, ଯାହା ବିଭିନ୍ନ ଦୃଷ୍ଟିରୁ ବିକଶିତ ବୋଲି କୁହାଯାଉଛି।

ଆସନ୍ତୁ M ଅକ୍ଷରରୁ ଆରମ୍ଭ ହେଉଥିବା ଏହି ୬ଟି ଦେଶ ବିଷୟରେ ଜାଣିବା, ଯାହା ବିଶ୍ୱରେ ଖୁବ୍ ଜଣାଶୁଣା।

ମେକ୍ସିକୋ: ଏହି ଉତ୍ତର-ଆମେରିକୀୟ ଦେଶର ଜନସଂଖ୍ୟା ୧୨.୮୫ ମିଲିୟନ। ଯାହାକି ସଂସ୍କୃତି, ପୁରାତନ ଐତିହ୍ୟ ଓ ସୁନ୍ଦର ଉପକୂଳ ପାଇଁ ପରିଚିତ।

ମାଡ଼ାଗାସ୍କର: ଆଫ୍ରିକାର ଦକ୍ଷିଣପୂର୍ବ ଉପକୂଳରେ ଥିବା ଏହା ଏକ ଦ୍ୱୀପ-ଦେଶ ଯାହାର ଜନସଂଖ୍ୟା ହେଉଛି ୩.୩ କୋଟି। ଆକର୍ଷଣୀୟ ବେଳାଭୂମି, ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ପ୍ରାନ୍ତର ପାଇଁ ଏହି ଦେଶ ଜଣାଶୁଣା।

ମାଲେସିଆ: ଏହି ଦକ୍ଷିଣ-ପୂର୍ବ ଏସୀୟ ଦେଶ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। ସାଂସ୍କୃତିକ ବିବିଧତା, ବଡ଼ବଡ଼ କୋଠା, ଐତିହ୍ୟ ସଂପନ୍ନ ଗୁମ୍ଫା ପ୍ରଭୃତି ପାଇଁ ଜଣାଶୁଣା।

ମରିସସ୍: ଭାରତ ମହାସାଗରରେ ଥିବା ଏହା ଏକ ଦୀପ-ଦେଶ। ମାତ୍ର ୨,୦୪୦ କିଲୋମିଟର ପରିମିତ ଏହି ସାମୁଦ୍ରିକ ଦେଶର ଜନସଂଖ୍ୟା ମାତ୍ର ୧୨.୬ ଲକ୍ଷ। ଏହାର ମୁଖ୍ୟ ଆକର୍ଷଣ ପର୍ଯ୍ୟଟନ।

ମାଲଡିଭସ୍: ଭାରତ ମହାସାଗରରେ ଥିବା ଏହି ଦକ୍ଷିଣ ଏସୀୟ ଦ୍ୱୀପ ଦେଶଟିର ଜନସଂଖ୍ୟା ମାତ୍ର ୫.୨୧ ଲକ୍ଷ। ଏହାର ମୁଖ୍ୟ ଆକର୍ଷଣ ହେଲା ସମୁଦ୍ର ଓ ପ୍ରକୃତି।