ବର୍ତ୍ତମାନ ଅନେକ ମହିଳା ନିଜର ଜୀବନ ଶୈଳୀ ପାଇଁ ସେମାନଙ୍କ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି। ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କମ୍ ବୟସରେ ଆସୁଥିବା ବାର୍ଦ୍ଧକ୍ୟକୁ ରୋକିବାକୁ ପଡ଼ିବ। ଏଥିପାଇଁ କିଛି ଅଭ୍ୟାସକୁ ପରିତ୍ୟାଗ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ।
Author: Deviprasad Jena | Credit: canva
ବ୍ୟାୟାମ ନକରିବା : ମହିଳାମାନେ ଭାବନ୍ତି ଘଣ୍ଟା ଘଣ୍ଟା ଠିଆ ହୋଇ କାମ କରିବାପରେ ବ୍ୟାୟାମର ଆବଶ୍ୟକତା ନାହିଁ। କିନ୍ତୁ,ପ୍ରତ୍ୟେକ ଶରୀର ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ଯାହାଦ୍ୱାରା ଆପଣ ରୋଗମୁକ୍ତ ରହି ସୁସ୍ଥ ରହିପାରିବେ ।
Author: Deviprasad Jena | Credit: canva
ସବୁବେଳେ ଚିନ୍ତିତ ରହିବା : ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ। ଯାହା ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ। ତେଣୁ ମହିଳାମାନେ ଏହାକୁ ତ୍ୟାଗ କରିବା ଉଚିତ୍ ।
Author: Deviprasad Jena | Credit: canva
ବହୁତ ରାଗିବା : ଅତ୍ୟଧିକ ରାଗିବା ଦ୍ୱାରା ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉଭୟକୁ କ୍ଷତି ପହଞ୍ଚାଇଥାଏ। ଏହା ମହିଳାଙ୍କ କେଶ ଏବଂ ଚର୍ମକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ଫଳରେ ମହିଳାମାନେ ବୟସ ହେବା ପୂର୍ବରୁ ବୁଢ଼ୀ ହୋଇଯାଇଥା'ନ୍ତି ।
Author: Deviprasad Jena | Credit: canva
କମ୍ ପାଣି ପିଇବା : କମ୍ ପାଣି ପିଇବା ଦ୍ୱାରା ମହିଳାମାନେ ଶୀଘ୍ର ବୟସ୍କ ଦେଖାଯା'ନ୍ତି। ତେଣୁ ଉପଯୁକ୍ତ ପରିମାଣର ପାଣି ପିଇବା ନିହାତି ଆବଶ୍ୟକ।