Beetroot: ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ବିଟ୍

Author: Namita Biswal | Credit: Canva

ବିଟ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ ବି, ଭିଟାମିନ ସି, ଫାଇବର, କ୍ୟାଲସିୟମ, ଆଇରନ, ଫୋଲିକ୍ ଏସିଡ ଓ ଆଣ୍ଟିଅକ୍ସିଡାଣ୍ଟ ଆଦି ପୋଷକ ତତ୍ତ୍ୱ ଭରପୂର ଥାଏ । ବିଟ୍ ଖାଇଲେ ରକ୍ତହୀନତା ରୋଗ ଦୂର ହୁଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାରେ କରେ । ଲିଭର ଓ ମସ୍ତିଷ୍କ ସୁସ୍ଥ ରଖେ । ଦେହରେ ଷ୍ଟାମିନା ବଢାଏ । ହିମୋଗ୍ଲୋବିନ ବୃଦ୍ଧି ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ।

Author: Namita Biswal | Credit: Canva

ମାତ୍ର ବିଟ୍‌ର ଏତେସବୁ ଫାଇଦା ଥିଲେ ହେଁ କିଛି ଲୋକଙ୍କୁ ବିଟ୍ ଖାଇବାକୁ ବାରଣ କରାଯାଏ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଚାଲନ୍ତୁ ଜାଣିବା କିଏ ବିଟ୍ ଖାଇବେ ନାହିଁ...

Author: Namita Biswal | Credit: Canva

କିଡନୀ ଷ୍ଟୋନ: କିଡନୀ ଷ୍ଟୋନ ସମସ୍ୟା ଥିବା ଲୋକେ ଆଦୌ ବିଟ୍ ଖାଇବା ଅନୁଚିତ୍ । କାରଣ ବିଟ୍‌ରେ ପ୍ରଚୁର ମାତ୍ରା ଅକ୍ସାଲେଟ୍ ଥାଏ, ଏହାକୁ ଖାଇଲେ କିଡନୀ ଷ୍ଟୋନ ଆକାର ବଢିଥାଏ ।

Author: Namita Biswal | Credit: Canva

ଲୋ ବ୍ଲଡପ୍ରେସର: ଯେଉଁ ଲୋକଙ୍କ ଲୋ ବିପି ସମସ୍ୟା ଅଛି, ସେମାନେ ବିଟ୍ ନ ଖାଇବା ଭଲ । ବିଟ୍ ହାଇ ବ୍ଲଡପ୍ରେସର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଯଦି ଆପଣଙ୍କ ପୂର୍ବରୁ ଲୋ ବ୍ଲଡପ୍ରେସର ଅଛି, ତାହେଲେ ଏହା ଆହୁରି କମିଯାଏ ।

Author: Namita Biswal | Credit: Canva

ଡାଇବେଟିସ୍ ରୋଗୀ: ବିଟ୍ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ । ଏଥିରେ ପ୍ରାକୃତିକ ଶର୍କରା ମାତ୍ରା ମଧ୍ୟ ଅଧିକ ଥାଏ, ଯାହାକି ବ୍ଲଡସୁଗାର ବଢାଇଥାଏ ।

Author: Namita Biswal | Credit: OTV

ଆଲର୍ଜି: କିଛି ଲୋକଙ୍କ ବିଟ୍‌ରେ ଆଲର୍ଜି ଥାଏ । ଏହାଦ୍ୱାରା ତ୍ୱଚା ଫୁଲିବା, କୁଣ୍ଡେଇ ହେବା, ଲାଲ୍ ଦାଗ ପଡିବା ସହ ନିଶ୍ୱାସ ନେବାରେ ସମସ୍ୟା ହୁଏ । ତେଣୁ ଆଲର୍ଜି ଥିବା ଲୋକେ ଭୁଲରେ ବିଟ୍ ଖାଆନ୍ତୁ ନାହିଁ ।

Author: Namita Biswal | Credit: Canva

ହଜମ ସମସ୍ୟା: ଅଧିକ ବିଟ୍ ଖାଇଲେ କେତେକ ଲୋକଙ୍କ ହଜମ ସମସ୍ୟା ହୋଇପାରେ । ଏଥିରେ ପେଟ ଫୁଲିବା, ଯନ୍ତ୍ରଣା, ଗ୍ୟାସ୍, ଝାଡାବାନ୍ତି ଭଳି ସମସ୍ୟା ଦେଖାଯାଏ । ତେଣୁ ପାଚନ ସମସ୍ୟା ଥିବା ଲୋକେ ବିଟ୍ ନ ଖାଇବା ଭଲ ।