Simple tricks how to make dairy free ghee at home

ଆଜିକାଲି ବଜାରରେ ମିଳୁଥିବା ପ୍ରତ୍ୟେକ ଜିନିଷ ଭେଜାଲ୍। ଘିଅ ମଧ୍ୟ ଏଥିରୁ ବାଦ ନାହିଁ, ଯାହା ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତିକାରକ ହୋଇପାରେ।

ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। କିନ୍ତୁ ବେଳେବେଳେ କ୍ଷୀର ଏତେ ପତଳା ଥାଏ ଯେ ସର ମଧ୍ୟ ଠିକ୍ ଭାବରେ ବାହାରେ ନାହିଁ।

ଆଜି ଆମେ ଆପଣଙ୍କୁ ଘିଅ ତିଆରି କରିବାର ଏକ ନୂଆ ଉପାୟ କହିବୁ, ଯାହା ବିଷୟରେ ଆପଣ ହୁଏତ କେବେ ଭାବି ନ ଥିବେ ଯେ ଘିଅକୁ ମଧ୍ୟ ଏହି ଉପାୟରେ ତିଆରି କରାଯାଇପାରିବ।

ସାମଗ୍ରୀ: ନଡିଆ ତେଲ – ଅଧା କପ୍, ସୂର୍ଯ୍ୟମୁଖୀ ତେଲ – ୨ ଚାମଚ, ରାଶି ତେଲ – ୨ ଚାମଚ, ପିଜୁଳି ପତ୍ର ଏବଂ ଭୃଷଙ୍ଗପତ୍ର – ୫ ରୁ ୬, ହଳଦୀ ପାଉଡର – ୧ ଚାମଚ

ତିଆରି କରିବାର ପଦ୍ଧତି: ପ୍ରଥମେ ଏକ ପ୍ୟାନରେ ନଡିଆ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ରାଶି ତେଲ ଢାଳନ୍ତୁ। ମଧ୍ୟମ ନିଆଁରେ ଗରମ କରି ପିଜୁଳି ପତ୍ର ଏବଂ ଭୃଷଙ୍ଗପତ୍ରକୁ ଗ୍ରାଇଣ୍ଡ୍ କରି ହଳଦୀ ପାଉଡର ସହ ତେଲରେ ପକାନ୍ତୁ।

ରଙ୍ଗ ସାମାନ୍ୟ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଗରମ କରନ୍ତୁ। ବର୍ତ୍ତମାନ ଗ୍ୟାସ୍ ବନ୍ଦ କରନ୍ତୁ। ଥଣ୍ଡା ହେଲା ପରେ ଛାଣନ୍ତୁ ଓ ଫ୍ରିଜରେ ରଖନ୍ତୁ। କିଛି ଘଣ୍ଟା ରଖିବା ପରେ ଏହା ସଂପୂର୍ଣ୍ଣ ଜମିଯିବ। ଏବେ ଘିଅ ପ୍ରସ୍ତୁତ।

ଏହାକୁ ଆପଣ ପରଟା କିମ୍ବା ରୁଟିରେ ଲଗାନ୍ତୁ। ଆପଣ ଘିଅରେ ଯାହା ବି ତିଆରି କରନ୍ତି, ଏ ଘିଅରେ ମଧ୍ୟ ତାହା କରିପାରିବେ। ଅନେକ ପରିମାଣରେ ଏହାର ସ୍ୱାଦ ଘିଅ ସହିତ ସମାନ।