ଡେଙ୍ଗୁ ଏବଂ ମ୍ୟାଲେରିଆ ପାଇଁ ଲାଭଦାୟକ:- ବର୍ଷା ଋତୁରେ ଅଧିକାଂଶ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି। ଏଭଳି ପରିସ୍ଥିତିରେ ଅମୃତଭଣ୍ଡା ପତ୍ର ଲାଭଦାୟକ ହୋଇପାରେ। ରକ୍ତରେ ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି ପାଇଁ ଅମୃତଭଣ୍ଡା ପତ୍ର ବେସ୍ ଉପକାରୀ। ସେହିପରି ମ୍ୟାଲେରିଆ ନିରାକରଣ ପାଇଁ ମଧ୍ୟ ଅମୃତଭଣ୍ଡା ପତ୍ର ଖାଇପାରିବେ।
କର୍କଟ ରୋଗ ଭଲ କରେ- ଅମୃତଭଣ୍ଡା ପତ୍ର କର୍କଟ ଭଳି ମାରାତ୍ମକ ରୋଗକୁ ମଧ୍ୟ ରୋକିପାରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ଯୌଗିକ କର୍କଟକୁ ନିୟନ୍ତ୍ରଣ କରିବାରେ କିମ୍ବା ମନ୍ଥର କରିବାରେ ସାହାଯ୍ୟ କରିଥାଏ।
ହଜମ ପ୍ରକ୍ରିୟା ସାହାଯ୍ୟ କରେ- ଅମୃତଭଣ୍ଡା ପତ୍ର ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ। ଏହାର ଆଣ୍ଟିଇନ୍ଫ୍ଲାମେଟୋରୀ ଗୁଣ କୋଷ୍ଠକାଠିନ୍ୟ, ପେଟ ଫୁଲା ଏବଂ ପ୍ରଦାହ ଭଳି ହଜମ ପ୍ରକ୍ରିୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଋତୁସ୍ରାବ ସମସ୍ୟା ଦୂର କରେ- ମାସିକ ଧର୍ମ ଅବଧି ସମୟରେ ଅମୃତଭଣ୍ଡା ବେଶ୍ ଉପକାରୀ ହୋଇପାରେ। ଅତ୍ୟଧିକ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହେଉଥିଲେ ଅମୃତଭଣ୍ଡା ପତ୍ର ବ୍ୟବହାର କରିପାରିବେ।
ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରେ - ଅମୃତଭଣ୍ଡା ପତ୍ରରେ ଥିବା ଆଣ୍ଟିଇନ୍ଫ୍ଲାମେଟୋରୀ ଗୁଣ ବ୍ରଣ, ଏଗଜିମା ଏବଂ ସୋରିୟାସିସ୍ ଭଳି ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ଲାଭଦାୟକ।