Know when you should not take amla

ଏଥିରେ ତ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ ଏହା ସହିତ ଫାଇବର, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ, ଫସଫରସ୍, ଆଇରନ୍, କାର୍ବସ୍, ଓମେଗା ୩, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ।

ଅଁଳା ଖାଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଯେପରିକି ଶୁଖିଲା, ସୂକ୍ଷ୍ମ ରେଖା, ବ୍ରଣ ଭଳି ସମସ୍ୟା କେବେ ବି ହୁଏ ନାହିଁ। ଏହା କେଶର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ।

ଅଁଳା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବା ସହିତ କେଶ ଝଡିବା ଏବଂ ଛିଡିବା ସମସ୍ୟା ଦୂର ହୁଏ ଏବଂ ମୁହଁରେ ଚମକ ଆସେ।

ପରିସ୍ରା ସଂକ୍ରମଣକୁ ରୋକିବା ପାଇଁ ଅଁଳା ଖିଆଯାଏ। ଏହା ପରିସ୍ରା ପରିମାଣକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏଥି ସହିତ ଏହା ମଧ୍ୟ ବଦହଜମୀ ସମସ୍ୟାରୁ ମୁକ୍ତି ଦେଇଥାଏ।

ଖାଲି ପେଟରେ ଅଁଳା ଖାଇବା ଦ୍ୱାରା ଶରୀର ଭଲ ଭାବରେ ଡିଟକ୍ସ ହୋଇଯାଏ। ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ତେବେ ଥଣ୍ଡା-କାଶ ସମୟରେ ଏହାକୁ ଖାଇବା ଉଚିତ ନୁହେଁ। କାରଣ ଏହାର ଗୁଣ ଥଣ୍ଡା ହୋଇଥାଏ। ଯେଉଁଥିପାଇଁ ଏହା ଶରୀରର ତାପମାତ୍ରାକୁ ଖରାପ କରିଥାଏ।

ଯଦି ଆପଣ କୌଣସି ପ୍ରକାରର ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି ତେବେ ଏହାକୁ ଆଦୌ ଖାଆନ୍ତୁ ନାହିଁ। କାରଣ ଏହାର ଆଣ୍ଟିପ୍ଲେଟଲେଟ୍ ଗୁଣ ରକ୍ତସ୍ରାବ ସମସ୍ୟାକୁ ବଢାଇପାରେ।

ଲୋ ବ୍ଲଡ୍ ସୁଗାର ଥିଲେ ଅଁଳା ଖାଇବା ଅନୁଚିତ। ଏହା ହାଇପୋଗ୍ଲାଇସେମିଆର ଆଶଙ୍କା ବଢାଇପାରେ। ଯେଉଁମାନେ ଆଧୁନିକ ଔଷଧରେ ଅଭ୍ୟସ୍ତ ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ଏହାକୁ ଖାଇବା ଉଚିତ ନୁହେଁ।