Healthy Kidney: ଖାଆନ୍ତୁ ଏସବୁ ଖାଦ୍ୟ, କିଡନୀ ରହିବ ସୁସ୍ଥ

Author: Namita Biswal | Credit: Canva

ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡନୀ, ଯାହା ରକ୍ତକୁ ସଫା କରିବାରେ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ କାର୍ଯ୍ୟ କରେ । ମାତ୍ର ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ କିଡନୀ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ।

Author: Namita Biswal | Credit: Canva

କିଡନୀକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର ଓ ସୁସ୍ଥ ଜୀବନଶୈଳୀ ଅତି ଜରୁରୀ । ଏହି ଖବରରେ ଜାଣନ୍ତୁ ସୁସ୍ଥ କିଡନୀ ଲାଗି କେଉଁ ସବୁ ଖାଦ୍ୟ ପାନୀୟ ସେବନ କରିବେ...

Author: Namita Biswal | Credit: OTV

ପର୍ଯ୍ୟାପ୍ତ ପାଣି: କିଡନୀ ସୁସ୍ଥ ରଖିବାକୁ ଚାହୁଁଥିଲେ ପର୍ଯ୍ୟାପ୍ତ ପାଣି ପିଇବା ଆବଶ୍ୟକ । ପ୍ରତିଦିନ ୨ରୁ ୩ ଲିଟର ପାଣି ପିଇଲେ ଶରୀରରୁ ବିଷାକ୍ତ ପଦାର୍ଥ ମୂତ୍ର ଜରିଆରେ ବାହାରିଯାଏ ଓ କିଡନୀ ଷ୍ଟୋନ ସମ୍ଭାବନା କମ୍ ହୁଏ ।

Author: Namita Biswal | Credit: Canva

କମ୍ ସୋଡିୟମଯୁକ୍ତ (ଲୁଣ) ଖାଦ୍ୟ: ଅଧିକ ଲୁଣ ଖାଇଲେ ହାଇ ବ୍ଲଡପ୍ରେସର ହୋଇପାରେ । ଏହା କିଡନୀ ଉପରେ ଚାପ ପକାଏ । ପ୍ରୋସେସ୍‌ଡ୍‌ ଫୁଡରେ ଅଧିକ ସୋଡିୟମ ଥିବାରୁ ଏହାକୁ କମ୍ ଖାଆନ୍ତୁ । ଘର ଖାଦ୍ୟ ସବୁଠୁ ଭଲ ।

Author: Namita Biswal | Credit: Canva

ସନ୍ତୁଳିତ ପ୍ରୋଟିନ ସେବନ: ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ (ଲାଲ୍ ମାଂସ, ଦୁଗ୍ଧଜାତ ପଦାର୍ଥ) କିଡନୀ ଉପରେ ଅଧିକ ଚାପ ପକାଇପାରେ । ଡାଲି, ସୋୟାବିନ, ମାଛ, ଚିକେନ୍ ଭଳି ହାଇପ୍ରୋଟିନ ଖାଦ୍ୟର ସନ୍ତୁଳିତ ସେବନ କରନ୍ତୁ ।

Author: Namita Biswal | Credit: Canva

ପୋଟାସିୟମ ଓ ଫସଫରସ୍: କିଡନୀ ସମସ୍ୟା ଥିବା ବ୍ୟକ୍ତି ପୋଟାସିୟମ ଓ ଫସଫରସ୍ ମାତ୍ରା ପ୍ରତି ଧ୍ୟାନ ଦେବା ଜରୁରୀ । କଦଳୀ, କମଳା, ଟମାଟୋ, ବାଦାମ ଓ ଦୁଗ୍ଧଜାତ ପଦାର୍ଥ ସେବନ କରିବା ପୂର୍ବରୁ ଡାଇଟେସିଆନଙ୍କ ପରାମର୍ଶ ନିଅନ୍ତୁ ।

Author: Namita Biswal | Credit: Canva

ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ: ସବୁଜ ପନିପରିବା, ଶସ୍ୟ, ଫଳ ଓ ଡାଲିରେ ପ୍ରଚୁର ଫାଇଭର ମିଳେ । ଏହା ପାଚନ କ୍ରିୟା ଉନ୍ନତ କରିବା ସହ କିଡନୀ ସୁସ୍ଥ ରଖିଥାଏ ।

Author: Namita Biswal | Credit: Canva

ମଦ ଓ ଧୂମପାନ: କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ମଦ ଓ ଧୂମପାନଠୁ ଦୂରେଇ ରୁହନ୍ତୁ । ଏଥିସହ ନିୟମିତ ଯୋଗ, ବ୍ୟାୟାମ କରନ୍ତୁ ।