Ayurved: ପ୍ରତିଦିନ ଖାଆନ୍ତୁ ବେଲପତ୍ର, ପାଖ ମାଡ଼ିବନି ଏସବୁ ରୋଗ
Author: Namita Biswal | Credit: OTV
ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର। ଏହାକୁ ଶିବଙ୍କ ମସ୍ତକରେ ଲାଗି କରାଯାଏ। ଆସ୍ଥା ଓ ବିଶ୍ୱାସ ସହିତ ଜଡିତ ବେଲପତ୍ର ଅନେକ ଔଷଧୀୟ ଗୁଣରେ ଭରପୂର। ଏଥିରେ ଭିଟାମିନ ଏ, ବି, ସି, କ୍ୟାଲସିୟମ ଓ ଆଇରନ ଥାଏ। ପ୍ରତିଦିନ ବେଲପତ୍ର ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ବେଲପତ୍ରରୁ କ'ଣ ସବୁ ଫାଇଦା ହୁଏ..
Author: Namita Biswal | Credit: OTV
ଗ୍ୟାସ୍ ଓ କୋଷ୍ଠକାଠିନ୍ୟ ଦୂର କରେ: ପ୍ରତିଦିନ ବେଲପତ୍ର ସେବନ କଲେ ପାଚନ ତନ୍ତ୍ର ଠିକ୍ ରହେ। ଏହା ଗ୍ୟାସ୍, ବଦହଜମୀ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବାରେ କାମ କରେ।
Author: Namita Biswal | Credit: OTV
ହୃଦୟ ସୁସ୍ଥ ରଖେ: ହୃଦରୋଗୀ ପ୍ରତିଦିନ ବେଲପତ୍ର ଖାଇବା ଭଲ। ଏହାଦ୍ୱାରା ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦଘାତର ଆଶଙ୍କା କମିଯାଏ।
Author: Namita Biswal | Credit: OTV
ଇମ୍ୟୁନ ସିଷ୍ଟମ ମଜଭୁତ କରେ: ବେଲପତ୍ରରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରର ହଜମ ପ୍ରକ୍ରିୟାକୁ ମଜଭୁତ କରେ। ଯାହା ଫଳରେ ବିଭିନ୍ନ ରୋଗ ଓ ସଂକ୍ରମଣରୁ ରକ୍ଷା ମିଳିଥାଏ।
Author: Namita Biswal | Credit: OTV
ତ୍ୱଚାରେ ଚମକ ଆଣେ: ବେଲପତ୍ର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ଲାଭ ସହ ତ୍ୱଚାର ରଙ୍ଗ ଉଜ୍ୱଳ କରେ। ବେଲପତ୍ର ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରି ଏହାକୁ ପରିଷ୍କାର କରେ, ଯାହା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ।
Author: Namita Biswal | Credit: OTV
କ୍ୟାନ୍ସର ଆଶଙ୍କା କମେ: ବେଲପତ୍ରରେ ଏପରି କିଛି ବିଶେଷ ଗୁଣ ରହିଛି ଯାହା କ୍ୟାନ୍ସର କୋଷିକାଗୁଡିକୁ ରୋକିବାରେ ସାହାଯ୍ୟ କରେ। ପ୍ରତିଦିନ ଏହାକୁ ସେବନ କଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା ମିଳିପାରେ।
Author: Namita Biswal | Credit: OTV
ଶ୍ୱାସ ସମସ୍ୟା ଦୂରାଏ: ନିୟମିତ ବେଲପତ୍ର ସେବନ କରିବା ଶ୍ୱାସରୋଗୀଙ୍କ ପାଇଁ ଲାଭଦାୟକ। ଏହାକୁ ଖାଇଲେ କାଶ, ଶ୍ୱାସରୋଗ, ବ୍ରୋଙ୍କାଇଟିସ୍ ଆଦି ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ମିଳେ।
Author: Namita Biswal | Credit: OTV
ମାନସିକ ଚାପ କମାଏ: ବେଲପତ୍ର ସେବନ ମାନସିକ ଚାପ କମାଇବାରେ କାମ କରେ । ମସ୍ତିଷ୍କକୁ ଶାନ୍ତ ରଖିଥାଏ ଓ ମାନସିକ ଶାନ୍ତି ଦେଇଥାଏ ।