Diabetes: ସକାଳୁ ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି ୫ଟି ଖାଦ୍ୟ, ବଢ଼ିବନି ବ୍ଲଡ଼ସୁଗାର

Author: Namita Biswal | Credit: OTV

କାହିଁକି ବଢ଼େ ବ୍ଲଡ଼ସୁଗାର: ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଘରେ ଘରେ ଡାଇବେଟିସ୍ ରୋଗୀ। ଏହି ରୋଗୀମାନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ରହିବା ଜରୁରୀ। କାରଣ ଖାଦ୍ୟରେ ଟିକିଏ ଗଡବଡ ହେଲେ ବ୍ଲଡସୁଗାର ବଢିଯାଏ।

Author: Namita Biswal | Credit: OTV

ସକାଳ ଜଳଖିଆ: ଡାଏବେଟିସ୍ ରୋଗୀ ବିଶେଷତଃ ନିଜର ସକାଳ ଜଳଖିଆ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଏହି ରୋଗୀ ସକାଳୁ କ'ଣ ଖାଇବା ଉଚିତ୍, ଯାହାଦ୍ୱାରା ସୁଗାର ସ୍ତର ଆଉ ଆଦୌ ବଢିବ ନାହିଁ।

Author: Namita Biswal | Credit: OTV

ଅଣ୍ଡା: ଡାଇବେଟିସ୍ ରୋଗୀ ସକାଳ ଜଳଖିଆରେ ଅଣ୍ଡା ଖାଇବା ଭଲ। କାରଣ ଏଥିରେ ଅଧିକ ପ୍ରୋଟିନ ଓ କମ୍ କାର୍ବୋହାଇଡ୍ରେଟ ରହିଥାଏ। ଏହାକୁ ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ।

Author: Namita Biswal | Credit: OTV

ଓଟ୍ସ: ଡାଇବେଟିସ୍ ରୋଗୀଙ୍କ ପାଇଁ ଓଟ୍ସ ବ୍ରେକଫାଷ୍ଟ ଏକ ଭଲ ବିକଳ୍ପ। କାରଣ ଏହା ଫାଇବରରେ ଭରପୂର ହୋଇଥାଏ ଯାହା ବ୍ଲଡସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ।

Author: Namita Biswal | Credit: OTV

ସ୍ପ୍ରାଉଟ୍ସ: ଡାଇବେଟିସ୍ ରୋଗୀ ସ୍ପ୍ରାଉଟ୍ସ ଖାଇବା ଲାଭଦାୟକ ହୋଇଥାଏ। ପ୍ରୋଟିନ ଓ ଫାଇବରରେ ଭରପୂର ସ୍ପ୍ରାଉଟସ୍ ବ୍ଲଡସୁଗାର ନିୟନ୍ତ୍ରିତ କରିବାରେ ସହାୟକ ହୁଏ।

Author: Namita Biswal | Credit: OTV

ମାଣ୍ଡିଆ ଦୋସା: ମାଣ୍ଡିଆର ଗ୍ଲାଇସେମିକ ଇଣ୍ଡେକ୍ସ କମ୍, ଯାହା ଦ୍ୱାରା ବ୍ଲଡସୁଗାର ଜୋରରେ ବଢେ ନାହିଁ। ଏଣୁ ଡାଇବେଟିସ୍ ରୋଗୀ ସକାଳେ ମାଣ୍ଡିଆ ଦୋସା ଖାଇପାରିବେ। ଏହା ସ୍ବାଦିଷ୍ଟ ସହ ଖୁବ୍ ସ୍ବାସ୍ଥ୍ୟକର।

Author: Namita Biswal | Credit: OTV

ହାଇ-ଫାଇବର ଫୁଡ୍: ଡାଇବେଟିସ୍ ରୋଗୀମାନେ ସେଓ, କୋଳି, ଆଭୋକାଡୋ ଭଳି ଫଳ ସହ ଚିଆ ସିଡସ୍ ଓ ଫ୍ଲାକ୍ସ ସିଡ୍ ଆଦି ଅଧିକ ଫାଇବରଯୁକ୍ତ ଖାଦ୍ୟ ସେବନ କରିବା ଭଲ। ଏଥିରେ ବ୍ଲଡସୁଗାର ଅଧିକ ବଢେ ନାହିଁ।