If you are keeping your cell phone beside your head at night

ମୁଣ୍ଡ ପାଖରେ ଥିବା ଫୋନଟି ଆମ ଶରୀର ଉପରେ କି କି ଖରାପ ପ୍ରଭାବ ପକାଇଥାଏ ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

୧. ମୋବାଇଲ୍ ଫୋନରେ ଥିବା ବିକିରଣ (ରେଡିଏସନ) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ମୋବାଇଲ ବିକିରଣ ’ଇରେକ୍ଟାଇଲ୍ ଡିସଫଙ୍କସନ’ ସହ ଜଡ଼ିତ। ମୋବାଇଲ୍ ଫୋନରୁ ନିର୍ଗତ ନୀଳ ଆଲୋକ, ନିଦ କରାଉଥିବା ’ମେଲାଟୋନିନ’ ନାମକ ହରମୋନକୁ କ୍ଷତି ପହଞ୍ଚାଏ।

୨. ମୁଣ୍ଡ ପାଖରେ କିମ୍ବା ତକିଆ ପାଖରେ ମୋବାଇଲ ରଖି ଶୋଇଲେ ରାତିରେ ଭଲ ନିଦ ହୋଇନଥାଏ। ଏଥିସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ।

୩. ମୁଣ୍ଡ ତଳେ ମୋବାଇଲ୍ ଫୋନ୍ ରଖି ଶୋଇବା ଦ୍ୱାରା ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ହୋଇଥାଏ।

୪. ଫୋନରୁ ନିର୍ଗତ RF ରେଡିଏସନ (ରେଡିଓ ଫ୍ରିକ୍ୱେନ୍ସି ବିକିରଣ) ମସ୍ତିଷ୍କ କର୍କଟ (ବ୍ରେନ୍ କ୍ୟାନସର) କରିବାର ଆଶଙ୍କାକୁ ବଢାଇଥାଏ।

୫. ଏହି କାରଣରୁ ଅନେକ ଲୋକ ସକାଳେ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି, କ୍ରୋଧିତ ରୁହନ୍ତି ଏବଂ ଆଖିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରନ୍ତି।

୫. ଏହି କାରଣରୁ ଅନେକ ଲୋକ ସକାଳେ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି, କ୍ରୋଧିତ ରୁହନ୍ତି ଏବଂ ଆଖିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରନ୍ତି।

୭. ମୋବାଇଲ୍ ଫୋନକୁ ବିଛଣାରୁ ଅତି କମରେ ତିନି ଫୁଟ ଦୂରରେ ରଖି ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ।