ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍ ଅନୁଭବ କରିବେ ଆସନ୍ତୁ ଜାଣିବା...
Author: Deviprasad Jena | Credit: canva
ଆଳୁକୁ ପତଳା ପତଳା କରି କାଟି କିଛି ସମୟ ପର୍ଯ୍ୟନ୍ତ ଅଣ୍ଡରଆର୍ମ କିମ୍ବା ଅଧିକ ଝାଳ ହେଉଥିବା ସ୍ଥାନରେ ଘଷନ୍ତୁ। ଏହାପରେ ଧୋଇ ଦିଅନ୍ତୁ । ଏହାପରେ ଝାଳର ଗନ୍ଧ କମ୍ ହୋଇଯିବ ।
Author: Deviprasad Jena | Credit: canva
ଟମାଟୋ ରସରେ କିଛି ଲେମ୍ବୁରସ ମିଶାଇ ଝାଳ ହେଉଥିବା ସ୍ଥାନରେ ଲଗାଇଲେ ଗନ୍ଧ ଦୂର ହୋଇଥାଏ ।
Author: Deviprasad Jena | Credit: canva
ନଡ଼ିଆତେଲକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଭଲଭାବେ ମସାଜ୍ କରନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ ।
Author: Deviprasad Jena | Credit: canva
ଝାଳର ଗନ୍ଧ ଦୂରକରିବା ପାଇଁ ଆଲୋଭେରା ଜେଲ୍ ବେଶ୍ ଫଳପ୍ରଦ। ଏହାକୁ ଅଣ୍ଡରଆର୍ମ ସହିତ ଝାଳ ହେଉଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ଧୋଇଦିଅନ୍ତୁ।
Author: Deviprasad Jena | Credit: canva
ବେକିଂ ସୋଡ଼ାରେ ଲେମ୍ବୁରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଲଗାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଝାଳ ଗନ୍ଧ ଦୂର ହୋଇଯିବ ।
Author: Deviprasad Jena | Credit: canva
ଦିନକୁ ୨ ଥର ଆଣ୍ଟିବ୍ୟାକ୍ଟେରିଆଲ ସାବୁନ ଲଗାଇ ସ୍ନାନ କରନ୍ତୁ । ଏହାଦ୍ୱାରା ତ୍ଵଚାରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଝାଳ ଗନ୍ଧ କମ୍ ହୋଇଥାଏ ।
Author: Deviprasad Jena | Credit: canva
ଖରାଦିନେ ସୂତା ଭଳି ନରମ କପଡ଼ାର ପୋଷାକ ପିନ୍ଧନ୍ତୁ । ଫଳରେ ଝାଳ କପଡ଼ାରେ ଲାଗି ଶୀଘ୍ର ଶୁଖୁଯିବ ଏବଂ ଗନ୍ଧ କମ୍ ହେବ ।