ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଏଥୁରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାହାନ୍ତାରେ ରହିଛି ।

Author: Deviprasad Jena | Credit: canva

ନିଜର ଦୈନନ୍ଦିନ ଖାଦ୍ୟ ଠିକ୍ ସମୟରେ ଖାଆନ୍ତୁ । ତା’ ସହ ଠିକ୍ ସମୟରେ ପାଣି ପିଅନ୍ତୁ । ଯଦି ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଲା, ତେବେ ତାହା ମୁଣ୍ଡ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂରେଇ ରଖିଥାଏ ।

Author: Deviprasad Jena | Credit: canva

ପ୍ରତିଦିନ ରାତିରେ ୭-୮ ଘଣ୍ଟା ଶୁଅନ୍ତୁ । ଭଲ ନିଦ ହେବା ପାଇଁ ଶୋଇବା ପୂର୍ବରୁ ଭଲ ଭାବରେ ଗୋଡ଼, ହାତ ଏବଂ ମୁହଁ ଧୁଅନ୍ତୁ। ଯଦି ସବୁବେଳେ ନିଦ ଭଲ ହେଲା, ତେବେ ମୁଣ୍ଡ ବିନ୍ଧା ସମସ୍ୟା ଦେଖାଯିବାର ଆଶଙ୍କା କମ୍ ଥାଏ ।

Author: Deviprasad Jena | Credit: canva

ପ୍ରତିଦିନ କିଛି ସମୟ ଯୋଗ କରନ୍ତୁ । ଏଥୁରୁ ମାନସିକ ଶାନ୍ତି ମିଳିବା ସହ ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ ।

Author: Deviprasad Jena | Credit: canva

ନିଜକୁ ଚିନ୍ତାଠାରୁ ଦୂରେଇ ରଖନ୍ତୁ । ସବୁବେଳେ ଯଦି ଚିନ୍ତାଗ୍ରସ୍ତ ରହିବେ, ତେବେ ଏହା ମୁଣ୍ଡ ବିନ୍ଧାର ଅନ୍ୟତମ କାରଣ ସାଜିଥାଏ ।

Author: Deviprasad Jena | Credit: canva

ଅଦା ମିଶ୍ରିତ ଚା’ ମୁଣ୍ଡ ବିନ୍ଧାରୁ କେତେକାଂଶରେ ଉପଶମ ଦେଇଥାଏ । ମୁଣ୍ଡ ବିନ୍ଧା ପାଇଁ ମନକୁ ମନ ସବୁବେଳେ ପେନ୍ କିଲର ଖାଆନ୍ତୁ ନାହିଁ । ଯଦି ଏହି ସମସ୍ୟା ଲାଗି ରହୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।