Warm Water: ଖାଲିପେଟରେ ଉଷୁମ ପାଣି ପିଇବାର ଚମତ୍କାର ଫାଇଦା...

Author: Namita Biswal | Credit: Canva

ଉଷୁମ ପାଣି ଶରୀର ପାଇଁ ବେଶ୍ ଲାଭଦାୟକ । ପ୍ରତିଦିନ ସକାଳୁ ଖାଲିପେଟରେ ଉଷୁମ ପାଣି ପିଇଲେ ଅନେକ ରୋଗରୁ ରକ୍ଷା ମିଳେ । ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । କୋଷ୍ଠକାଠିନ୍ୟ, ପେଟ ଫୁଲିବା, ଏସିଡିଟିରୁ ଆରାମ ମିଳେ । କିଡନୀକୁ ସଫା କରେ ।

Author: Namita Biswal | Credit: Canva

ପେଟ ସଫା କରେ: ଖାଲିପେଟରେ ଉଷୁମ ପାଣି ପିଇଲେ ପାଚନ ଶକ୍ତି ଠିକ୍ ରହେ । ଭଲ ଭାବେ ପେଟ ସଫା ହୁଏ । କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ରୁହେନି ।

Author: Namita Biswal | Credit: OTV

ଓଜନ କମାଏ: ସକାଳୁ ଉଷୁମ ପାଣି ପିଇଲେ ମେଟାବୋଲିଜିମ୍ ବଢିଥାଏ । ଏହା କ୍ୟାଲୋରୀ ଓ ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟ କରେ । ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ନିୟମିତ ସକାଳୁ ଖାଲିପେଟରେ ଉଷୁମ ପାଣି ପିଅନ୍ତୁ ।

Author: Namita Biswal | Credit: Canva

ଡିଟକ୍ସିଫିକେସନ: ଉଷୁମ ବା ଗରମ ପାଣି ପିଇଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ । ଗରମ ପାଣି ଲିଭର ଓ କିଡନୀକୁ ଡିଟକ୍ସ କରିବାରେ ସାହାଯ୍ୟ କରେ ।

Author: Namita Biswal | Credit: Canva

ଥଣ୍ଡା-କାଶରୁ ଆରାମ: ଉଷୁମ ପାଣି ପିଇଲେ ଥଣ୍ଡା, କାଶ, କଫ, ଗଳା ଖସ୍‌ଖସ୍‌ ଭଳି ସମସ୍ୟାରୁ ଆରାମ ମିଳିଥାଏ । ବିଶେଷକରି ଋତୁ ପରିବର୍ତ୍ତନ ସମୟରେ ନିୟମିତ ଉଷୁମ ପାଣି ପିଇବା ଉଚିତ୍ ।

Author: Namita Biswal | Credit: Canva

ତୋଚାରେ ଗ୍ଲୋ ଆଣେ: ଉଷୁମ ପାଣି ପିଇବା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହା ତ୍ୱଚାକୁ ହାଇଡ୍ରେଟ ରଖେ । ଗ୍ଲୋ ବଢାଇବାରେ ସାହାଯ୍ୟ କରେ ।

Author: Namita Biswal | Credit: OTV

କିଡନୀ ସଫା କରେ: ଉଷୁମ ପାଣି କିଡନୀ ଡିଟକ୍ସ କରିବାରେ କାମ କରେ । ଏହା କିଡନୀକୁ ସୁସ୍ଥ ରଖେ । ଉଷୁମ ପାଣି ପିଇଲେ କିଡନୀରେ ଜମା ବିଷାକ୍ତ ପଦାର୍ଥ ଓ ଅଳିଆ ବାହାରିଯାଏ । ତେବେ କେବି ବି ଅତ୍ୟଧିକ ଗରମ ପାଣି ପିଅନ୍ତୁ ନାହିଁ ।

Author: Namita Biswal | Credit: Canva

Disclaimer- ପ୍ରିୟ ପାଠକ ଏହି ଆର୍ଟିକିଲ କେବଳ ସାଧାରଣ ସୂଚନା ଆଧାରିତ । ଏହାକୁ ପାଳନ କରିବା ପୂର୍ବରୁ ଡାକ୍ତର ତଥା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।