ଅଦାରେ ପ୍ରସ୍ତୁତ ଚା' ପିଇ ଦିନ ଆରମ୍ଭ କରିବା ଦ୍ୱାରା ହଜମ ପ୍ରକିୟା ଉନ୍ନତ ହୋଇଥାଏ ।
ସେହିପରି ଥଣ୍ଡା,କାଶ ସମୟରେ ଅଦାରେ ପ୍ରସ୍ତୁତ ଚା' ପିଇଲେ ଏହା ଥଣ୍ଡା କମାଇବା ସହ ଶାରୀରିକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଏହା ଗଳାରେ ହେଉଥିବା ସଂକ୍ରମଣ କମିବାରେ ସହାୟକ ହୋଇଥାଏ । ଏହା କଫ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ ।
ଓଜନ କମାଇବା ପାଇଁ ମଧ୍ୟ ଅଦା ଚା' ସହାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଖୁବ୍ ଶୀଘ୍ର କ୍ୟାଲୋରୀ ନଷ୍ଟ ହୋଇଥାଏ।
ଏହା ଚିନ୍ତା ଓ ଚାପ ଦୂର କରିବାରେ ସହାୟକ ହେବା ସହ ଶରୀରର ଥକ୍କାପଣ ଦୂର କରିଥାଏ ।
ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଥିରେ ଆଣ୍ଟି ଇନ ଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।
ଏହି ଚା'କୁ ଦିନସାରା ଦୁଇରୁ ତିନି କପ୍ ଗ୍ରହଣ କରାଯାଇପାରେ । ଗ୍ୟାସ୍ କିମ୍ବା ଅନ୍ୟ କୌଣସି ପେଟ ଜନିତ ସମସ୍ୟା ଦେଇ ଗତି କରୁଥିଲେ ଏହାକୁ ସୀମିତ ପରିମାଣରେ ପିଇବା ଉଚିତ୍ ।