Summer Season

ତରଭୁଜ ଜୁସ୍‌ : ଏଥିରେ ଭିଟାମିନ୍,ମିନେରାଲ୍,ପୋଟାସିୟମ,ଫାଇବର୍ ତଥା ମାଗନେସିୟମ୍ ମାତ୍ରା ରହିଥିବାରୁ ଏହାର ସେବନ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ ।

କମଳା ଜୁସ୍‌ : ଏହାକୁ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ କିଡ୍‌ନୀ ଷ୍ଟୋନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ବେଲ ପଣା : ଖରା ଦିନରେ ଅଂଶୁଘାତରୁ ମୁକ୍ତି ଦେବାରେ ବେଲ ପଣାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାକୁ ପିଇଲେ ପେଟ ଥଣ୍ଡା ହେବା ସହ ହଜମ କ୍ରିୟା ମଧ୍ୟ ଠିକ୍‌ରେ ହୋଇଥାଏ।

ସପୁରି ଜୁସ୍‌ : ଏଥିରେ ଭରି ରହିଥିବା ଭିଟାମିନ ଏବଂ ମିନେରାଲ୍ସ୍ ଯୋଗୁ ଖରା ଦିନରେ ଶରୀର ତାପମାତ୍ରାକୁ ନିୟନ୍ତ୍ରଣ ରଖିବାରେ ବେଶ୍ ସହାୟକ ହୋଇଥାଏ ।

ଆଖୁ ରସ : ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌ ଭରି ରହିଥାଏ। ଯାହା ପାଚନ କ୍ରିୟାକୁ ସକ୍ରିୟ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।