ଆସନ୍ତୁ ଜାଣିବା ଅପସ୍ମାର ବା ମୂର୍ଚ୍ଛାରୋଗର ଲକ୍ଷଣ...
ଏହାଦ୍ୱାରା ଜଣେ ବ୍ୟକ୍ତି ଚେତାଶୂନ୍ୟ ହୋଇପାରେ
ଶରୀରରେ ହଠାତ୍ ଝଟ୍କା ଆସିପାରେ
ଆଖି ବଡ଼ ବଡ଼ ହେଇଯିବା
ଶରୀର କଠିନ ହୋଇଯିବା
ବେଳେବେଳେ ପରିସ୍ରା ହୋଇଯାଏ।
ଏମିତି କିଛି ସମୟ ଚାଲିବା ପରେ ମୁଣ୍ଡବ୍ୟଥା ଓ ଶରୀର ପୀଡ଼ା ହୁଏ।
ଅପସ୍ମାର ସ୍ନାୟୁ ସଂପର୍କିତ ଏକ ରୋଗ। ଏହା ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଯଦି କେବେ ମୁଣ୍ଡରେ ଆଘାତ ଲାଗିଥିବ, ମସ୍ତିଷ୍କ ସଂକ୍ରମଣ କିମ୍ବା ଟ୍ୟୁମର୍ ଥିବ, ତା’ହେଲେ ଏହା ଆକ୍ରାନ୍ତ କରିପାରେ।
ବାରମ୍ବାର ଅପସ୍ମାର ହେଲେ ସ୍ମୃତିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ।
ଜଣେ ବ୍ୟକ୍ତି ଅପସ୍ମାରରେ ମଧ୍ୟ ସାଧାରଣ ଜୀବନ ବିତାଇ ପାରେ। କିନ୍ତୁ ଏହା ଅପସ୍ମାରର କାରଣ ଉପରେ ନିର୍ଭର କରେ।
କେତେକ ପ୍ରକାରର ଅପସ୍ମାରକୁ ଔଷଧ ଦ୍ୱାରା ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏପରି ପରିସ୍ଥିତିରେ, ସଂପୃକ୍ତ ବ୍ୟକ୍ତିଙ୍କୁ କିଛି ଦିନ ପାଇଁ ଔଷଧ ସେବନ କରିବାକୁ ପଡେ, କିନ୍ତୁ ପରେ ସେ ବିନା ଅପସ୍ମାରରେ ଦୀର୍ଘ ଜୀବନ ବଞ୍ଚିପାରନ୍ତି।