Eating Mango At Night

ହଜମ ସମସ୍ୟା: ରାତିରେ ଶରୀରର ହଜମ ସମସ୍ୟା ଧୀର ହୋଇଥାଏ । ଏପରି ପରିସ୍ଥିତିରେ,ଆମ୍ବ ଭଳି ଏକ ଭାରୀ ଏବଂ ମିଠା ଫଳ ଖାଇଲେ, ହଜମ କରିବା କଷ୍ଟକର ହୋଇପାରେ ।

ରକ୍ତ ଶର୍କରା ବୃଦ୍ଧି: ଆମ୍ବରେ ପ୍ରାକୃତିକ ଚିନି ବେଶ୍ ଅଧିକ ଥାଏ । ତେଣୁ ରାତିରେ ଆମ୍ବ ଖାଇବା ଦ୍ଵାରା ହଠାତ୍ ରକ୍ତରେ ଶର୍କରା ବୃଦ୍ଧି ପାଇପାରେ ।

ଓଜନ ବୃଦ୍ଧି: ଆମ୍ବରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଏବଂ ଚିନି ଥାଏ । ରାତିରେ ଏହାକୁ ଖାଇବା ପରେ ଶାରୀରିକ କାର୍ଯ୍ୟ କରାଯାଉ ନଥିବାରୁ ଶରୀର କ୍ୟାଲୋରୀ ନଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଏ ନାହିଁ । ଏପରି ପରିସ୍ଥିତିରେ ଏହା ଶରୀରରେ ଚର୍ବି ଆକାରରେ ଜମା ହୋଇ ଓଜନ ବୃଦ୍ଧି କରିପାରେ ।