ଅଧିକ ଲେମ୍ବୁ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ। ଶରୀର ଉପରେ ପଡ଼ିପାରେ ବିଭିନ୍ନ ସାଇଡ ଇଫେକ୍ଟ।
୧. ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ବଢ଼ିପାରେ। ଶରୀରରେ ପାଣିର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିଯୋଗୁ ଆପଣ କ୍ଲାନ୍ତ ଅନୁଭବ କରି ପାରନ୍ତି।
୨. ଅତ୍ୟଧିକ ଲେମ୍ବୁ ପାଣି ପିଇଲେ ଆପଣଙ୍କ ଗଳା ଦରଜ ହୋଇପାରେ। ଟନସିଲ ବଢ଼ିପାରେ, କାଶ ଆରମ୍ଭ ହୋଇପାରେ।
୩. ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କ ଦାନ୍ତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଲେମ୍ବୁରେ ଥିବା ଏସିଡ଼ ଯୋଗୁ ଦାନ୍ତକ୍ଷୟ ହେବା ସହ ପ୍ରବଳ ଯନ୍ତ୍ରଣା ହୋଇପାରେ। ଥଣ୍ଡା କିମ୍ବା ଗରମ ଜିନିଷ ଖାଇଲେ ଦାନ୍ତ ଝିମଝିମ ହୋଇପାରେ।
୪. ଲେମ୍ବୁରେ Oxalate ନାମକ ତତ୍ତ୍ୱ ଅଧିକ ରହିଛି, ଯାହା କିଡନୀ ଷ୍ଟୋନକୁ ପ୍ରଭାବିତ କରିଥାଏ। ତେଣୁ ଅତ୍ୟଧିକ ଲେମ୍ବୁ ପାଣି ନ ପିଇଲେ ଭଲ।
୫. ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ହାଡ଼ ଉପରେ ବି ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ। କାରଣ ଅତ୍ୟଧିକ ଲେମ୍ବୁପାଣି ପିଇଲେ ହାଡ଼ରେ ଥିବା କ୍ୟାଲସିୟମ ଦ୍ରୁତ ଗତିରେ କ୍ଷୟ ହୋଇଥାଏ। ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ବଢ଼େ।
୬. ଅତ୍ୟଧିକ ଲେମ୍ବୁପାଣି ପିଇଲେ ଲେମ୍ବୁରେ ଥିବା ଭିଟାମିନ୍-ସି ରକ୍ତରେ ଲୌହ ସ୍ତରକୁ ଅଧିକ ବଢ଼ାଇଥାଏ। ଏହା ଆମ ଶରୀର ପାଇଁ ବିପଜ୍ଜନକ ହୋଇପାରେ। ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇ ପାରେ।