Diabetes: ଡାଇବେଟିସ୍ ରୋଗୀଙ୍କ ପାଇଁ ଏହି ସକାଳ ଜଳଖିଆ ମାରାତ୍ମକ

Author: Namita Biswal | Credit: Canva

ଡାଇବେଟିସ୍ ଏମିତି ଏକ ରୋଗ ଯାହାର ନିରାକରଣ ନାହିଁ । ଏଥିରେ କେବଳ ନିଜର ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ କରିବାକୁ ପଡିଥାଏ । ସୁଗାର ସ୍ତର ବୃଦ୍ଧି ଏହି ରୋଗୀଙ୍କ ପାଇଁ ଘାତକ ହୋଇଥାଏ । ଏହି କାରଣରୁ ଡାଇବେଟିସ ରୋଗୀ ନିଜ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ।

Author: Namita Biswal | Credit: Canva

ଯଦି ଆପଣ ମନଇଚ୍ଛା କିଛି ବି ଖାଆନ୍ତି ଏହାଦ୍ବାରା ବ୍ଲଡସୁଗାର ଅଧିକ ବଢିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ଖାସ୍ କରି ସକାଳ ଜଳଖିଆ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସକାଳେ ଆପଣ ଯାହା ଖାଆନ୍ତି ଏହାର ସିଧାସଳଖ ପ୍ରଭାବ ବ୍ଲଡସୁଗାର ଉପରେ ପଡିଥାଏ । ତେଣୁ ପ୍ରତିଦିନ ସକାଳେ ଆଦୌ ଏମିତି ଖାଦ୍ୟ ଖାଆନ୍ତୁନି, ଯାହା ବ୍ଲଡସୁଗାର ବୃଦ୍ଧି କରିବ ।

Author: Namita Biswal | Credit: Canva

ବ୍ରେଡ ଓ ବେକେରୀ ପ୍ରଡକ୍ଟ: ଅଧିକାଂଶ ଲୋକେ ବ୍ରେକଫାଷ୍ଟରେ ଚା, କଫି ସହ ହ୍ୱାଇଟ୍ ବ୍ରେଡ, ରସ୍କ, କୁକିଜ୍ ଓ ଅନ୍ୟ ବେକେରୀ ପ୍ରଡକ୍ଟ ଖାଇବାକୁ ପସନ୍ଦ କରନ୍ତି । ଏସବୁ ଖାଦ୍ୟରେ ସୁଗାର ମାତ୍ରା ଅଧିକ ଥାଏ । ଏହାଦ୍ବାରା ବ୍ଲଡସୁଗାର ବଢିଥାଏ ।

Author: Namita Biswal | Credit: Canva

ମିଠା ଶସ୍ୟ: କେତେକ ଲୋକ ସକାଳେ କର୍ନଫ୍ଲେକ୍ସ, ମୁସଲି ଓ ସେରେଲ୍ସ ଖାଆନ୍ତି । ସେମାନେ ହୁଏତ ଜାଣନ୍ତିନି, ଏସବୁ ଖାଦ୍ୟରେ ସୁଗାର ଓ କାର୍ବୋହାଇଟ୍ରେଡ ମାତ୍ରା ଅଧିକ ।

Author: Namita Biswal | Credit: Canva

ଫଳରସ: ଆମ ଭିତରୁ ଅନେକ ଲୋକ ବ୍ରେକଫାଷ୍ଟରେ ପ୍ୟାକେଜଡ୍ ଫ୍ରୁଟ ଜୁସ୍ ପିଇବାକୁ ପସନ୍ଦ କରନ୍ତି । ଏହି ଜୁସ୍‌ରେ ସୁଗାର ମାତ୍ରା ଖୁବ୍ ଅଧିକ ଥାଏ । ଏହାକୁ ପିଇଲେ ବ୍ଲଡସୁଗାର ସ୍ତର ବଢିଥାଏ ।

Author: Namita Biswal | Credit: Canva

ତେଲ ଛଣା ଖାଦ୍ୟ: ଡାଇବେଟିସ୍ ରୋଗୀ ସକାଳେ ପରଟା, ପୁରୀ ଭଳି ତେଲଛଣା ଖାଦ୍ୟ ଖାଇବା ଅନୁଚିତ୍ । କାରଣ ଏହିଭଳି ଖାଦ୍ୟ କ୍ୟାଲୋରୀ ଓ ଫ୍ୟାଟ୍‌ରେ ଭରପୂର ହୋଇଥାଏ ଏବଂ ଏହାକୁ ଖାଇଲେ ଦ୍ରୁତଗତିରେ ସୁଗାର ସ୍ତର ବୃଦ୍ଧି ପାଏ ।

Author: Namita Biswal | Credit: Canva

ଚୁଡା ସନ୍ତୁଳା: ଅଧିକାଂଶ ଲୋକେ ଚୁଡା ସନ୍ତୁଳାକୁ ସ୍ୱାସ୍ଥ୍ୟକର ମନେକରନ୍ତି । ହେଲେ ଆପଣ ହୁଏତ ଜାଣିନାହାନ୍ତି, ଚୁଡାର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ । ଏହାଦ୍ୱାରା ଜୋର୍‌ରେ ବ୍ଲଡସୁଗାର ସ୍ତର ବଢିଥାଏ ।