Garlic

ରକ୍ତଚାପ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ ଖାଇବା ପୂର୍ବରୁ ରସୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ। ଏଥିରେ ସଲଫାଇଟ୍ ଯୌଗିକ ଥାଏ, ଯାହା ବିପି ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ। ଏହା ଦ୍ୱାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହ୍ରାସ ହୋଇପାରେ।

ଆର୍ଥ୍ରାଇଟିସ୍ ଯନ୍ତ୍ରଣା ଏବଂ ଫୁଲାକୁ ହ୍ରାସ କରେ ଯେଉଁମାନେ ଆର୍ଥ୍ରାଇଟିସରେ ପୀଡିତ ସେମାନେ ଖାଇବା ପୂର୍ବରୁ ଦୁଇ ପାଖୁଡ଼ା ରସୁଣ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।

ହଜମ ପ୍ରକ୍ରିୟାକୁ ମଜବୁତ କରେ ରସୁଣରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ହଜମକାରୀ ଏନଜାଇମର ଉତ୍ପାଦନକୁ ବଢାଇଥାଏ। ରସୁଣ ଖାଇବା ଦ୍ୱାରା ହଜମ ଭଲ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଯଦି ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ, ତେବେ ଖାଇବା ପୂର୍ବରୁ ଦୁଇ ପାଖୁଡ଼ା ରସୁଣ ନିଶ୍ଚିତ ରୂପେ ଖାଆନ୍ତୁ। ରସୁଣରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ, ଯେଉଁଥିପାଇଁ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ।