avoid to consume these 4 foods along with lemon

ଅନେକ ଲୋକ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି। ଲେମ୍ବୁ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ। କିନ୍ତୁ ଏହାକୁ ଯଦି ଭୁଲ ଭାବରେ ଖିଆଯାଏ, ତେବେ ସମସ୍ୟା ସୃଷ୍ଟି କରିପାରେ।

ଲେମ୍ବୁ ହେଉଛି ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ସ୍ୱାଦିଷ୍ଟ ଏବଂ ସୁସ୍ଥ ଫଳ। ଏହାର ବ୍ୟବହାର ପ୍ରାୟତଃ ଖାଦ୍ୟର ସ୍ୱାଦ ବଢାଇବା ଏବଂ ଚା’ରେ ମିଶାଇବା ପାଇଁ ହୁଏ।

ଏମିତି ଅନେକ ଜିନିଷ ଅଛି, ଯାହା ସହିତ ଲେମ୍ବୁ ଖାଇବା ଅନୁଚିତ। ଯଦି ଖିଆଯାଏ ତେବେ ଗ୍ୟାସ୍, ଏସିଡିଟି, ବଦହଜମୀ ଭଳି ସମସ୍ୟା ଦେଖାଦିଏ।

ଆୟୁର୍ବେଦ ଅନୁଯାୟୀ, କିଛି ଖାଦ୍ୟ ସହିତ ଲେମ୍ବୁ ମିଶିଲେ ହଜମ ପ୍ରକ୍ରିୟାକୁ ବାଧା ଦେଇଥାଏ। ଏମିତି ୪ଟି ଖାଦ୍ୟ ବିଷୟରେ ଜାଣିବା ଯାହା ଲେମ୍ବୁ ସହ ଖାଇଲେ ପେଟରେ ବିଷାକ୍ତ ହୋଇପାରେ।

କ୍ଷୀର: କ୍ଷୀର ସହିତ ଲେମ୍ବୁ ଖାଇବା ଦ୍ୱାରା ପେଟ ଗ୍ୟାସ୍, ବଦହଜମୀ ଏବଂ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇପାରେ। କାରଣ ଲେମ୍ବୁର ଅମ୍ଳୀୟ ଉପାଦାନ କ୍ଷୀରର ପ୍ରୋଟିନକୁ ଭାଙ୍ଗିଦିଏ, ଯାହା ହଜମ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ।

ମାଛ: ମାଛ ସହିତ ଲେମ୍ବୁ ଖାଇବା ଦ୍ୱାରା ମାଛର ପୋଷଣ କମିଯାଏ। ଲେମ୍ବୁର ଏସିଡ୍ ଭାଗ ମାଛରେ ଥିବା ପ୍ରୋଟିନକୁ ହଜମ କରିବାରେ ବାଧା ସୃଷ୍ଟି କରିଥାଏ, ଯେଉଁ କାରଣରୁ ଶରୀର ମାଛରୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଇ ନ ଥାଏ।

ଅଣ୍ଡା: ଅଣ୍ଡା ସହିତ ଲେମ୍ବୁ ଖାଇବା ଦ୍ୱାରା ପେଟରେ ଭାରୀପଣ ଏବଂ ବଦହଜମୀ ହୋଇପାରେ। ଲେମ୍ବୁରେ ଥିବା ଏସିଡ୍ ଅଣ୍ଡାରେ ଥିବା ପ୍ରୋଟିନକୁ ହଜମ କରିବାରେ ସମସ୍ୟା ଆଣେଏ, ଯାହା ଦ୍ୱାରା ପେଟ ସମସ୍ୟା ଆରମ୍ଭ ହୁଏ।

ଏହି ଖାଦ୍ୟ ବ୍ୟତୀତ ଲେମ୍ବୁର ଅତ୍ୟଧିକ ବ୍ୟବହାର ମଧ୍ୟ ପେଟରେ ଉତ୍ତେଜନା, ଏସିଡିଟି ଏବଂ ପାଟି ଘା’ ଭଳି ସମସ୍ୟା ସୃଷ୍ଟି କରିପାରେ। ତେଣୁ, କେବଳ ସନ୍ତୁଳିତ ପରିମାଣରେ ଲେମ୍ବୁ ଖାଆନ୍ତୁ।