ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଏଥିରେ ଭିଟାମିନ୍ ଭରପୂର ପରିମାଣରେ ଥାଏ। ଫୁଲକୋବିରେ ଥିବା ପୋଷକତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଉପକାରୀ।
ତେବେ ସମସ୍ତଙ୍କ ପାଇଁ ଫୁଲକୋବି ଉପକାରୀ ହୋଇନଥାଏ। କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି ଫୁଲକୋବି ଖାଇବା ଅଉଚିତ୍। ବିଶେଷକରି ଏହି ୫ଟି ସ୍ୱାସ୍ଥ୍ୟ ସମସ୍ୟା।
ଥାଇରଏଡ୍ ରୋଗୀ: ଯଦି ଥାଇରଏଡ୍ ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ଏହା ଥାଇରଏଡକୁ ବଢାଇ ଦେଇପାରେ।
ଫୁଲକୋବି ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥିରେ ଆୟୋଡିନ୍ ବ୍ୟବହାର କରିବାର କ୍ଷମତା କମିଯାଏ। ଫୁଲକୋବି ବିଶେଷତଃ T3 ଏବଂ T4 ହରମୋନର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ, ଥାଇରଏଡ୍ ରୋଗୀ ଫୁଲକୋବି ଖାଇବା ଠିକ୍ ନୁହେଁ।
ଷ୍ଟୋନ୍ ସମସ୍ୟା: ଯଦି ଷ୍ଟୋନ୍ ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ବିଶେଷକରି ଗଲ୍ ବ୍ଲାଡର୍ ଓ କିଡନୀ ଷ୍ଟୋନ୍ ଥିଲେ ଫୁଲକୋବି ଖାଇବା ଅନୁଚିତ।
କାରଣ ଡାକ୍ତରଙ୍କ କହିବା ଅନୁଯାୟୀ, ଫୁଲକୋବିରେ ଅଧିକ କ୍ୟାଲସିୟମ ଥାଏ, ଯାହା କି ଆମ ଶରୀରରେ ଷ୍ଟୋନ୍ ସମସ୍ୟାକୁ ଆହୁରି ବଢ଼ାଇ ଦେବାର ଆଶଙ୍କା ଥାଏ।
ରକ୍ତ ଜମାଟ ବାନ୍ଧିବା: ଯଦି ଶରୀରରେ ରକ୍ତ ଜମାଟ ବାନ୍ଧିବା ପରି ସମସ୍ୟା ଦେଖାଯାଉଛି, ତେବେ ଫୁଲକୋବି ଆଦୌ ଖାଆନ୍ତୁ ନାହିଁ। ଫୁଲକୋବିରେ ପୋଟାସିୟମ୍ ଥାଏ। ଯାହା କି ସମସ୍ୟାକୁ ଆହୁରି ବଢ଼ାଇ ଦେଇପାରେ।
ଗ୍ୟାଷ୍ଟିକ ସମସ୍ୟା: ଯେଉଁମାନଙ୍କର ଗ୍ୟାଷ୍ଟିକ୍ ଏବଂ ଅମ୍ଳତା ସମସ୍ୟା ଥାଏ, ସେମାନେ ଅଳ୍ପ ପରିମାଣର ଫୁଲକୋବି ଖାଇବା ଉଚିତ୍। ଏଥିରେ କାର୍ବୋହାଇଡ୍ରେଟ୍ ଥିବାରୁ ହଜମ ସମସ୍ୟାକୁ ବଢ଼ାଇ ଦିଏ।
ଗର୍ଭାବସ୍ଥା: ଗର୍ଭାବସ୍ଥାରେ ମଧ୍ୟ ଫୁଲକୋବି ଖାଇବାଠାରୁ ଦୂରେଇ ରହିବା ଉଚିତ୍। ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଗ୍ୟାସ୍ ବା ଅମ୍ଳ ସମସ୍ୟା।