Aluminium Foil

ବୈଜ୍ଞାନିକ ଏବଂ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯଦି ଆଲୁମିନିୟମ ଫଏଲ୍ ଭୁଲ୍ ଭାବରେ ବ୍ୟବହାର କରାଯାଏ, ତେବେ ଏହା ଶରୀର ପାଇଁ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ । ଆସନ୍ତୁ ଜାଣିବା ଆଲୁମିନିୟମ ଫଏଲର ବିପଦ ବିଷୟରେ...

ମାନସିକ ରୋଗର ଆଶଙ୍କା ବଢାଏ- ଆଲୁମିନିୟମର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ ପ୍ରଭାବିତ ହୋଇଥାଏ । ଶରୀରରେ ଅତ୍ୟଧିକ ଆଲୁମିନିୟମ ଜମା ହେବା ଦ୍ୱାରା ଆଲଜାଇମର ଭଳି ସ୍ନାୟୁ ରୋଗର ଆଶଙ୍କା ବଢ଼ିପାରେ ।

ହାଡ଼କୁ ଦୁର୍ବଳ କରିଥାଏ - ଶରୀରରେ ଅତ୍ୟଧିକ ଆଲୁମିନିୟମ ଜମା ହେଲେ , ଏହା କ୍ୟାଲସିୟମର ଅବଶୋଷଣକୁ ରୋକିଥାଏ । ଫଳରେ ହାଡ଼ ଧୀରେ ଧୀରେ ଦୁର୍ବଳ ହୋଇଯାଏ ଏବଂ ଅଷ୍ଟି ଓପୋରୋସିସ୍ ହେବାର ଆଶଙ୍କା ବଢ଼ିଯାଏ ।

ପାଚନ ପ୍ରଣାଳୀ ଉପରେ ପ୍ରଭାବ - ଏସିଡିକ୍ ଖାଦ୍ୟ ଗୁଡ଼ିକରେ ଛୋଟ ଆଲୁମିନିୟମ କଣିକା ମିଶିଯାଇଥାଏ । ଫଳରେ ପେଟରେ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୁଏ ।