Hair Fall: ବାଳ ଝଡ଼ିଲେ କିମ୍ବା ଧଳା ହୋଇଗଲେ ମଂଜୁଆତି ପତ୍ର ପ୍ରୟୋଗର ୭ଟି ଉପାୟ

Author: Amaresh Biswal | Credit: Canva

ଭାରତୀୟ ଆୟୁର୍ବେଦରେ ଅନେକ ଆଶ୍ଚର୍ଯ୍ୟକାରୀ ଔଷଧ ରହିଛି। ଏଥିପାଇଁ ବିଶେଷକିଛି ଖର୍ଚ୍ଚ ହୁଏନାହଁ, ଏଲୋପାଥି ପରି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ। ଆଜି ଚୁଟି ଝଡ଼ିବା ଓ ପାଚିବା ବିଷୟରେ ଟିପ୍ସ।

Author: Amaresh Biswal | Credit: Canva

୧. ମଂଜୁଆତି ପତ୍ର ଯେମିତି ନଖ କିମ୍ବା ହାତକୁ ରଙ୍ଗ କରିଦିଏ, ସେମିତି ମୁଣ୍ଡର ଧଳା ବାଳକୁ ମଧ୍ୟ କଳା କରିଦେଇ ପାରେ। ଆସନ୍ତୁ ଜାଣିବା ଏହାକୁ ପ୍ରୟୋଗ କରିବାର ୭ଟି ଉପାୟ।

Author: Amaresh Biswal | Credit: Canva

୨. ମୁଣ୍ଡର ବାଳ ଉପୁଡୁଥିଲେ କିମ୍ବା ବଢୁ ନଥିଲେ ମଂଜୁଆତି ପତ୍ରକୁ ବାଟି ମୁଣ୍ଡରେ ଲଗାଇ ଦୁଇ ତିନିଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ। କିନ୍ତୁଦିନ ଏହିପରି ନିୟମିତ କରନ୍ତୁ।

Author: Amaresh Biswal | Credit: Canva

୩. ଯଦି ଆପଣଙ୍କର କେଶ ପାଚୁଛି, ତେବେ କିଛି ମଂଜୁଆତି ପତ୍ର ଆଣି ଭଲ କରି ବାଟି ଦିଅନ୍ତୁ। ଏହାପରେ ସେହି ଆଣକୁ ଛୋଟ ଛୋଟ ବଡ଼ି ଆକାରର କରି ଖରାରେ ଶୁଖାଇ ଦିଅନ୍ତୁ।

Author: Amaresh Biswal | Credit: Canva

୪. ଏହାପରେ ସେହି ବଡିକୁ ଗୁଣ୍ଡ କରି ରାଶିଦେଲ ମିଶାଇ ମୃଦୁ ନିଆଁରେ ରାନ୍ଧି ଗୋଟିଏ ବୋତଲରେ ସଂଗ୍ରହ କରି ରଖନ୍ତୁ।

Author: Amaresh Biswal | Credit: Canva

୫. ସେହି ବୋତଲକୁ ମାସେ କିମ୍ବା ଦେଢ଼ମାସ ପାଇଁ ମାଟିରେ ପୋତି ଦିଅନ୍ତୁ। ତା ପରେ ତାକୁ ବାହାର କରି ବାଳରେ ଲଗାନ୍ତୁ, ଦେଖିଲେ ପାଚିଥିବା ବାଳ କଳା ହୋଇଯିବ।

Author: Amaresh Biswal | Credit: Canva

୬. ବାଳକୁ ସୁନ୍ଦର କରିବାକୁ କିମ୍ବା ଏହା ଯଦି ଉପୁଡୁଛି ତେବେ ବନ୍ଦ କରିବାକୁ ମଂଜୁଆତି ପତ୍ରର ପାଉଡରକୁ ଅଂଳା ଗୁଣ୍ଡ ଓ ମେଥି ଗୁଣ୍ଡକୁ ଏକାଠି କ୍ଷୀରରେ ଫେଣ୍ଟି ଲଗାଇ ପାରନ୍ତି।

Author: Amaresh Biswal | Credit: Canva

୭. ପ୍ରଥମେ କିଛି ମଂଜୁଆତି ପତ୍ରକୁ ପାଉଡର କରନ୍ତୁ। ତା ପରେ ଚା’ ପତିକୁ କଳାରଙ୍ଗ ହେବାଯାଏ ପାଣିରେ ଫୁଟାଇ ରଖନ୍ତୁ। ଉଭୟକୁ ଭଲ ଭାବେ ଫେଣ୍ଟି ସେଥିରେ କାଗଜିରସ ମିଶାଇ କେଶରେ ଲଗାନ୍ତୁ। କିଛିସମୟ ପରେ ଧୋଇଦେବେ।