Health Tips: ଛାଡନ୍ତୁ ଏହି ୭ ଅଭ୍ୟାସ, ଛୁଇଁ ପାରିବନି କ୍ୟାନ୍ସର

Author: Sonali Ojha | Credit: canva

କ୍ୟାନ୍ସର ଏପରି ଏକ ଗମ୍ଭୀର ରୋଗ ଯାହାର ନାଁ ଶୁଣିଲେ ସମସ୍ତଙ୍କୁ ଛାନିଆ ଲାଗେ । କ୍ୟାନ୍ସରରେ ମଣିଷର ବଞ୍ଚିବା ଆଶା ଅତି କ୍ଷୀଣ । କିନ୍ତୁ ଆପଣ ନିଜର ୭ଟି ଅଭ୍ୟାସ ଛାଡି ଏହି ପ୍ରାଣଘାତୀ ରୋଗଠୁ ଦୂରେଇ ରହିପାରିବେ । ଆସନ୍ତୁ ଜାଣିବା...

Author: Sonali Ojha | Credit: canva

ଧୂମପାନ: କ୍ୟାନ୍ସରର ପ୍ରମୁଖ କାରଣ ଧୂମପାନ । ବିଶେଷକରି ଫୁସଫୁସ୍, ଗଳା ଓ ମୁଖକର୍କଟ ହେବାର ଆଶଙ୍କା ଅଧିକ ଥାଏ । ଧୂମପାନ ଛାଡିଲେ ଏହିସବୁ କ୍ୟାନ୍ସର ଆଶଙ୍କା କମିଯାଏ ।

Author: Sonali Ojha | Credit: canva

ଅଧିକ ଖରାରେ ରହିବା: କୌଣସି ପ୍ରୋଟେକ୍ସନ ବିନା ଅଧିକ ସମୟ ଖରାରେ ରହିଲେ ସ୍କିନ କ୍ୟାନ୍ସର ଆଶଙ୍କା ବଢିଥାଏ । ଖରାକୁ ବାହାରୁଥିଲେ ସନସ୍କିନ, ସନଗ୍ଲାସ, ଟୋପି ବ୍ୟବହାର ସହ ଉପଯୁକ୍ତ ପୋଷକ ପିନ୍ଧନ୍ତୁ ।

Author: Sonali Ojha | Credit: canva

ଅସ୍ୱାସ୍ଥ୍ୟକର ଖାଦ୍ୟ: ପ୍ରକ୍ରିୟାକୃତ ମାଂସ, ଚିନିଯୁକ୍ତ ପାନୀୟ, ରିଫାଇନ୍ଡ କାର୍ବୋହାଇଡ୍ରେଟ ଫୁଡ୍ ଅଧିକ ସେବନ କଲେ କ୍ୟାନ୍ସର ହେବାର ଆଶଙ୍କା ଥାଏ । ଫଳ, ସବୁଜ ପନିପରିବା ଓ ଶସ୍ୟରେ ଭରପୂର ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।

Author: Sonali Ojha | Credit: canva

ଶାରିରୀକ ଗତିବିଧିର ଅଭାବ: ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଶାରିରୀକ ଗତିବିଧିର ଅଭାବ ଯୋଗୁଁ ବ୍ରେଷ୍ଟ, କୋଲୋନ, ୟୁଟେରାଇନ କ୍ୟାନ୍ସର ବିପଦ ବଢିଥାଏ । ଏଥିପାଇଁ ନିୟମିତ ବ୍ୟାୟାମ ସହ ନିଜକୁ ଆକ୍ଟିଭ ରଖନ୍ତୁ ।

Author: Sonali Ojha | Credit: canva

ମଦ୍ୟପାନ: ଅତ୍ୟଧିକ ମଦ୍ୟପାନ ଲିଭର୍, ବ୍ରେଷ୍ଟ, କୋଲୋନ କ୍ୟାନ୍ସରର କାରଣ ହୋଇପାରେ । ଏଥିପାଇଁ ତୁରନ୍ତ ମଦ୍ୟପାନ ଛାଡନ୍ତୁ କିମ୍ବା ସୀମିତ ସେବନ କରନ୍ତୁ ।

Author: Sonali Ojha | Credit: canva

ନିଦ୍ରା ଅଭାବ ବା କମ୍ ସମୟ ଶୋଇବା କ୍ୟାନ୍ସର ବିପଦ ବଢାଏ । ଉତ୍ତମ ସ୍ୱାସ୍ଥ୍ୟ ଲାଗି ପ୍ରତିଦିନ ଅତିକମରେ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ।

Author: Sonali Ojha | Credit: canva

ଦୀର୍ଘକାଳୀନ ମାନସିକ ଚାପ ଇମ୍ୟୁନ ସିଷ୍ଟମ ଦୁର୍ବଳ କରିବା ସହ କ୍ୟାନ୍ସର ବିପଦ ବଢାଇଥାଏ । ସୁସ୍ଥ ରହିବା ପାଇଁ ଯୋଗ, ମେଡିଟେସନ ସାହାଯ୍ୟରେ ଚାପ ନିୟନ୍ତ୍ରଣ କରନ୍ତୁ ।