Schezwan prawn

ଖାଇବାରେ ଚିଙ୍ଗୁଡ଼ିର ରେସିପି ଥିଲେ ଖାଇବାର ମଜା ଦ୍ୱିଗୁଣ ହୋଇଯାଏ। ସେଥିପାଇଁ ଆମ ଓଡ଼ିଆ ଘରେ ଆମେମାନେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ। ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ। ଯାହାର ନାଁ ହେଉଛି ଶେଜୱାନ୍‌ ଚିଙ୍ଗୁଡ଼ି। ଆସନ୍ତୁ ଜାଣିବା କିଭଳି କରିବା ପ୍ରସ୍ତୁତ ।

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଅଦା,ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଫ୍ଲୋର, ଅଣ୍ଡା, ରିଫାଇନ ତେଲ, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର, ଗୋଲମରିଚ ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିରୁ ଚୋପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖି ଦିଅନ୍ତୁ। ତା’ପରେ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର, ଅଣ୍ଡା ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଅଧଘଣ୍ଟା ଯାଏ ମାରିନେଟ୍‌ କରିବା ପାଇଁ ରଖି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ମାରିନେଟ୍‌ ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାଇ ଛାଣନ୍ତୁ। ଚିଙ୍ଗୁଡ଼ିକୁ ଛାଣି ଏକ ପାତ୍ରରେ ରଖନ୍ତୁ।

ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ, ରସୁଣ, ଅଦା ଓ କଞ୍ଚା ଲଙ୍କା ପକାଇ କିଛି ସମୟ ପାଇଁ ଭାଜନ୍ତୁ। ଏହାପରେ ସେଥିରେ ଶେଜୱାନ ସସ୍‌, ସୋୟା ସସ୍‌, ଭିନେଗାର,ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ଏଥିରେ ଅଳ୍ପ କର୍ଣ୍ଣଫ୍ଲୋର ଓ ପାଣି ମିଶାଇ ଫୁଟାନ୍ତୁ।

ଏହାପରେ ଛଣା ହୋଇଥିବା ଚିଙ୍ଗୁଡ଼ିକୁ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ଧିମା ଆଞ୍ଚରେ କିଛି ସମୟ ପାଇଁ ବସାଇ ଦିଅନ୍ତୁ। ଚିଙ୍ଗୁଡିରୁ ପାଣି ଟିକେ ମରି ଯିବା ପରେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶେଜୱାନ୍‌ ଚିଙ୍ଗୁଡ଼ି। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।