how to prepare odia recipe malai chop sweet

ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ମଲାଇ ଚପ୍’। ଏହି ମିଠା ଖାଇବାକୁ ବହୁତ ସୁଆଦିଆ। ଆଜି ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଆବଶ୍ୟକ ସାମଗ୍ରୀ: ଛେନା, ସୁଜି ,ମଇଦା, କାଜୁ, ପିସ୍ତା, କ୍ଷୀର, ମିଲ୍କମେଡ, ଗୁଜୁରାତି, ପିସ୍ତାବାଦାମ ଓ ରିଫାଇନ ତେଲ, ଚିନି।

ଏହାପରେ କରେଇରେ ତେଲ ଗରମ କରନ୍ତୁ। ସେଥିରେ କାଜୁ ଓ ପିସ୍ତା ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ। ପୁଣି କରେଇରେ ଅଳ୍ପ ପାଣି ଓ କ୍ଷୀରକୁ ପକାଇ ୪୫ ମିନିଟ୍ ଫୁଟାନ୍ତୁ।

କ୍ଷୀର ବହଳିଆ ହେବାପରେ ସେଥିରେ ମିଲ୍କମେଡ, ସ୍ୱାଦ ଅନୁଯାୟୀ ଚିନି ପକାଇ ଗୋଳାନ୍ତୁ। ଏହାପରେ ଭଜା କାଜୁ, ପିସ୍ତାବାଦାମ, ଗୁଜୁରାତି ଗୁଣ୍ଡ ପକାଇ ଆଉ ୧୦ ମିନିଟ ଫୁଟାନ୍ତୁ।

୧୦ ମିନିଟ୍ ଫୁଟିବା ପରେ ଗଢ଼ି ରଖିଥିବା ଛେନା ବଲକୁ ସେଥିରେ ପକାଇ ହାଲକା ଆଞ୍ଚରେ କିଛି ସମୟ ବସାନ୍ତୁ।

କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ମଲାଇ ଚପ୍'। ଏହି ମିଠାର ରେସିପି ଘରେ ବନାଇ ଅତିଥିଙ୍କୁ ପରଷନ୍ତୁ।