10 interesting facts from the history of Pravasi Bharatiya Divas

୨. ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଭାବରେ ରହୁଥିବା ଜାତିର ଜନକ ମହାତ୍ମା ଗାନ୍ଧି, ୧୯୧୫ ମସିହା ଜାନୁଆରୀ ୯ ତାରିଖରେ ଭାରତ ଫେରିଥିଲେ।

୩. ଭାରତର ବିକାଶରେ ପ୍ରବାସରେ ବାସ କରୁଥିବା ଏହା ପ୍ରବାସୀ ନାଗରିକଙ୍କ ଅବଦାନକୁ ସମ୍ମାନ ଜଣେଇବା ପାଇଁ ଏହି ଦିବସ ପାଳନ କରାଯାଉଛି।

୪. ‘ପ୍ରବାସୀ ଭାରତୀୟ ଦିବସ’ ୨୦୦୩ରୁ ପ୍ରତିବର୍ଷ ଭାରତର କୌଣସି ଏକ ସହରରେ ପାଳନ ହୋଇଆସୁଥିଲା। କିନ୍ତୁ ୨୦୧୫ରେ ଏହାକୁ ବର୍ଷେ ଛାଡ଼ି ବର୍ଷେ କରିବାକୁ ନିଷ୍ପତ୍ତି ହୋଇଥିଲା।

୫. ଏହାର ପ୍ରଥମ ସଂସ୍କରଣ ଦିଲ୍ଲୀରେ ହୋଇଥିବା ବେଳେ ୧୮ତମ ସଂସ୍କରଣ ଭୁବନେଶ୍ୱରରେ ହେଉଛି।

୬. ଦିଲ୍ଲୀରେ ସର୍ବାଧିକ ୭ଥର ପ୍ରବାସୀ ଦିବସ ପାଳନ ହୋଇଥିବା ବେଳେ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, କେରଳ, ଗୁଜରାଟ, କର୍ଣ୍ଣାଟକ, ୟୁପି ଓ ଏମପି ଥରେ ଲେଖାଏଁ ହୋଇଛି।

୭. କରୋନା କଟକଣା କାରଣରୁ ୨୦୨୧ରେ ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରବାସୀ ଦିବସକୁ ଭର୍ଚୁଆଲ୍ ମୁଡ଼ରେ ପାଳନ କରାଯାଇଥିଲା।

୮. ବିଦେଶରେ ନାଁ କରିଥିବା ଜଣେ ପ୍ରସିଦ୍ଧ ପ୍ରବାସୀ ଭାରତୀୟଙ୍କୁ ପ୍ରତିବର୍ଷ ପ୍ରବାସୀ ଭାରତୀୟ ଦିବସରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ।

୯. ଭାରତର ସରକାରଙ୍କ ବିଦେଶ ମନ୍ତ୍ରାଳୟ ମଝିରେ ମଝିରେ ବିଭିନ୍ନ ଦେଶର ପ୍ରମୁଖ ସହରରେ ଆଂଚଳିକ ଭାବେ ପ୍ରବାସୀ ଦିବସ ସମ୍ମିଳନୀ ପାଳିଥାଏ।

୧୦. ଭୁବନେଶ୍ୱରେ ଚାଲିଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସର ଥିମ୍ ରହିଛି- ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ।