ନିକଟରେ, କ୍ରିକେଟର ଭୁଲବଶତଃ ଅବନୀତଙ୍କ ଗୋଟିଏ ପୋଷ୍ଟକୁ ଲାଇକ୍ କରିଦେଇଥିଲେ, ଯାହା ପରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ଆରମ୍ଭ ହୋଇଥିଲା।
ଏସବୁକୁ ନେଇ ଯେଉଁ ବିବାଦ ହୋଇଥିଲା ତାହା ଭିନ୍ନ ପ୍ରସଙ୍ଗ। କିନ୍ତୁ ବ୍ୟକ୍ତିଗତ ଭାବରେ ଅବନୀତ ଏହି ଜିନିଷରୁ ଲାଭ ଉଠାଇଛନ୍ତି, ସୋସିଆଲ ମିଡିଆରେ ତାଙ୍କର ଫଲୋର୍ସ ବୃଦ୍ଧି ପାଇଛି।
ଅବନୀତଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋଅର୍ସ ୪୮ ଘଣ୍ଟା ମଧ୍ୟରେ ୩୦ ମିଲିଅନରୁ ୩୧.୮ ମିଲିଅନକୁ ବୃଦ୍ଧି ପାଇଛି। ତାଙ୍କୁ ପ୍ରାୟ ୨ ମିଲିଅନ୍ ଫଲୋଅର୍ସର ଲାଭ ମିଳିଛି।
ରିପୋର୍ଟ ଅନୁଯାୟୀ, ଅବନୀତଙ୍କ ବ୍ରାଣ୍ଡ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ତାଙ୍କ ପ୍ରାୟୋଜିତ ପୋଷ୍ଟର ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।
ଏହାର ଅର୍ଥ ହେଉଛି ଅବନୀତ ଏବେ ପ୍ରତି ପୋଷ୍ଟ ପାଇଁ ୨ ଲକ୍ଷ ଟଙ୍କା ବଦଳରେ ୨.୬ ଲକ୍ଷ ଟଙ୍କା ପାଇବେ।
ଶିଶୁ କଳାକାର ଭାବରେ ଟିଭିରେ ପ୍ରବେଶ କରିଥିବା ଅବନୀତ ବଲିଉଡରେ ମଧ୍ୟ ପ୍ରବେଶ କରିଛନ୍ତି।