Tamannaah Bhatia flaunts traditional look in pink saree

ସେ ହାଲୁକା ମେକ୍‌ଅପ୍ ନେଇଥିବା ବେଳେ ବେକରେ ମୋତି ହାର ପିନ୍ଧିଛନ୍ତି। ତାଙ୍କ ଏହି ସରଳ ରୂପ ଦେଖି ପ୍ରଶଂସକମାନେ ଫିଦା ହୋଇଯାଇଛନ୍ତି।

ସେ ଏହି ଶାଢି ସହିତ ଏକ ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହା ସହିତ ସେ ସାଇଡ୍ ପାର୍ଟେଡ୍ ହେୟାର ଷ୍ଟାଇଲ ମଧ୍ୟ କରିଛନ୍ତି।

ଏହି ଲୁକରେ ତମନ୍ନା ଦମଦାର ପୋଜ୍ ଦେଇଛନ୍ତି ଆଉ ସବୁବେଳେ ହସୁଥିବା ମଧ୍ୟ ନଜର ଆସିଛନ୍ତି।

ଲୋକେ ତାଙ୍କୁ ପ୍ରକୃତରେ ସୁନ୍ଦରୀ ବୋଲି କହୁଛନ୍ତି। କେହି କେହି ତାଙ୍କୁ ଶୁଦ୍ଧ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି କହୁଥିବା ବେଳେ ଆଉ କେହି ତାଙ୍କ ସରଳତାର ତାରିଫ କରୁଛନ୍ତି।

ତମନ୍ନା ଖୁବ ଶୀଘ୍ର ‘ଓଡେଲା ୨’ ରେ ନଜର ଆସିବେ। ଏହି ଫିଲ୍ମଟି ୧୭ ଏପ୍ରିଲରେ ମୁକ୍ତିଲାଭ କରିବ। ତମନ୍ନା ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

ତମନ୍ନା ତାଙ୍କ ଡ୍ୟାନ୍ସ ପାଇଁ ବେଶ୍ ଜଣାଶୁଣା। ସେ ‘ସ୍ତ୍ରୀ ୨’ରେ ଓ ‘ଆଜ କି ରାତ’ ଗୀତରେ ନାଚିଥିଲେ, ଯାହା ଭାଇରାଲ ହୋଇଥିଲା।