ଏଭଳି ପରିସ୍ଥିତିରେ ହୋଲିରେ ରିଲିଜ୍ ହୋଇଥିବା ଅନେକ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି।
ତେବେ ଆସନ୍ତୁ ହୋଲି ଅବସରରେ ରିଲିଜ୍ ହୋଇ ହିଟ୍ ହୋଇଥିବା କିଛି ଫିଲ୍ମ ବିଷୟରେ ଜାଣିବା ଆଉ ଏହି ହୋଲିକୁ ମଧ୍ୟ ହିନ୍ଦୀ ଫିଲ୍ମ ସହିତ ଉପଭୋଗ କରିବା।
ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମେ ମକ୍କାରା’ ୨୦୨୩ର ଏକ ହିଟ୍ ଫିଲ୍ମ ଥିଲା। ହୋଲିରେ ମୁକ୍ତିଲାଭ କରିଥିବା ଲଭ୍ ରଂଜନଙ୍କ ଏହି ଚଳଚ୍ଚିତ୍ର ବହୁତ ଭଲ ରୋଜଗାର କରିଥିଲା।
ସାରାଗଡୀ ଯୁଦ୍ଧର ପ୍ରକୃତ କାହାଣୀ ଉପରେ ଆଧାରିତ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘କେସରୀ’ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର।
ହୋଲିର ତିନି ଦିନ ପୂର୍ବରୁ ଶଶାଙ୍କ ଖୈତାନଙ୍କ ଫିଲ୍ମ ‘ବଦ୍ରିନାଥ କି ଦୁଲହାନିଆ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହା ମାତ୍ର ୧୨ କୋଟି ଟଙ୍କାରେ ତିଆରି ହୋଇଥିବା ବେଳେ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ୪୩ କୋଟି ଟଙ୍କା ବ୍ୟବସାୟ କରିଥିଲା।
ହୋଲିର ଗୋଟିଏ ଦିନ ପୂର୍ବରୁ ପ୍ରେକ୍ଷାଳୟରେ ବ୍ଲକବଷ୍ଟର ଆକ୍ସନ୍ ଥ୍ରୀଲର ‘ରେସ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଫିଲ୍ମର ଗୀତ, କାହାଣୀ ଏବଂ ଷ୍ଟାର କାଷ୍ଟ ଆଧାରରେ ଏହା ସେତେବେଳେ ବକ୍ସ ଅଫିସରେ ବିପୁଳ ଅର୍ଥ ରୋଜଗାର କରିଥିଲା ।
ଏହି ବର୍ଷ ମଧ୍ୟ ଏମିତି କିଛି ଚଳଚ୍ଚିତ୍ର ହୋଲିରେ ଆସୁଛି ଯାହା ବକ୍ସ ଅଫିସରେ ଭଲ କଲେକ୍ସନ୍ କରିପାରେ। ସେଥିରେ ଜନ୍ ଆବ୍ରହାମ୍ଙ୍କ ‘ଦ ଡିପ୍ଲୋମାଟ୍’ ଓ ସୂରଜ ପଞ୍ଚୋଲିଙ୍କ ‘କେସରୀ ବୀର’ ରହିଛି।