Numerology: ରାଶି ଅନୁସାରେ ନାଁ ବଦଳାଇ ପ୍ରସିଦ୍ଧ ହୋଇଗଲେ ବଲିଉଡର ଏହି ୭ ଷ୍ଟାର୍

Author: Amaresh Biswal | Credit: Google

ଅନେକ ବ୍ୟକ୍ତିଙ୍କ ସଫଳତା ସେମାନଙ୍କ ନାମ ଉପରେ ନିର୍ଭର କରିଥାଏ। ବଲିଉଡ ମଧ୍ୟ ଏଥିରୁ ବାଦ ପଡିନାହିଁ। ଏକାଧିକ ଅଭିନେତା ଓ ଅଭିନେତ୍ରୀ ନିଜର ନାମ ପରିବର୍ତ୍ତନ କରିଛନ୍ତି।

Author: Amaresh Biswal | Credit: Google

ରାଜକୁମାର ରାଓ: ବଲିଉଡର ଅନ୍ୟତମ ପ୍ରଭାବଶାଳୀ ଅଭିନେତା ରାଜକୁମାର ରାଓ। ପ୍ରଥମରୁ ତାଙ୍କ ନାମ ଥିଲା ରାଜକୁମାର ଯାଦବ। ପରବର୍ତ୍ତୀ ସମୟରେ ସେ ତାଙ୍କ ସାଙ୍ଗିଆ ବଦଳାଇ ରାଜକୁମାର ରାଓ କରିଥିଲେ।

Author: Amaresh Biswal | Credit: Google

ରାଣୀ ମୁଖାର୍ଜୀ: ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ନିଜ ସରନେମ ବା ସାଙ୍ଗିଆରେ ଥିବା h ଅକ୍ଷର ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଏବେ ତାଙ୍କ ନାଁ Rani Mukerje ଲେଖୁଛନ୍ତି।

Author: Amaresh Biswal | Credit: Google

ଆୟୁଷ୍ମାନ ଖୁରାନା: ପିଲାଦିନେ ଆୟୁଷ୍ମାନ ଖୁରାନାଙ୍କ ନାଁ ଥିଲା ନିଶାନ୍ତ ଖୁରାନା। ପରେ ବାପା ମାଆ ଦେଇଥିବା 'ଆୟୁଷ୍ମାନ' ନାମରେ ମଧ୍ୟ ସେ ପରିବର୍ତ୍ତନ କରିଥିଲେ। ସେଥିରେ ଗୋଟେ ଲେଖାଁ n ଓ r ଅଧିକ ଯୋଡିଥିଲେ। ପରିବର୍ତ୍ତନ ପରେ ତାଙ୍କ ନାଁକୁ ସେ Ayushmann Khurrana ଭାବେ ଲେଖୁଛନ୍ତି।

Author: Amaresh Biswal | Credit: Google

ସୁନୀଲ ସେଟ୍ଟୀ: ପ୍ରଥମରୁ ସୁନୀଲଙ୍କ ନାମରେ ଅତିରିକ୍ତ e ନଥିଲା। ପରେ ସେ ଜ୍ୟୋତିଷଙ୍କ ପରାମର୍ଶରେ e ଅକ୍ଷର ଯୋଡ଼ିଥିଲେ। ପୂର୍ବରୁ ଥିଲା Sunil Shetty, ଏବେ ଅଛି Suniel Shetty.

Author: Amaresh Biswal | Credit: Google

ନୁସରତ ଭରୁଚା: ନୁସରତ ଭରୁଚା ବଲିଉଡରେ ସଫଳ ହେବା ପାଇଁ ନିଜ ନାମରେ ଏକ ଅତିରିକ୍ତ t ଓ c ଯୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ତାଙ୍କ ନାଁ ଏବେ ଏହିପରି ଲେଖୁଛନ୍ତି- Nushrratt Bharuccha.

Author: Amaresh Biswal | Credit: Google

ଅଜୟ ଦେବଗନ: ବଲିଉଡର ଆକ୍ସନ ଷ୍ଟାର ଅଜୟ ଦେବଗନ ମଧ୍ୟ ନିଜ ନାମ ପରିବର୍ତ୍ତନ କରିଥିଲେ। ସେ ତାଙ୍କ ସାଙ୍ଗିରୁ A ଅକ୍ଷର କାଟି ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ସେ ତାଙ୍କ ନାଁର ବନାନ ଏବେ ଏହିପରି ଲେଖୁଛନ୍ତି- Ajay Devgn.