୧. ଆଦିତ୍ୟ ପାଞ୍ଚୋଲିଙ୍କ ଜନ୍ମ ୧୯୬୫ ମସିହା ସେପ୍ଟେମ୍ୱର ମାସ ୧୨ ତାରିଖରେ ମୁମ୍ବାଇରେ ହୋଇଥିଲା।
୨. ସେ ଏକାଧାରରେ ଜଣେ ଅଭିନେତା, ଚିତ୍ର ପ୍ରଯୋଜକ, ଗାୟକ ଥିଲେ। ଚଳଚ୍ଚିତ୍ର ନିର୍ମାଣ ଥିଲା ତାଙ୍କ ପରିବାରର ବ୍ୟବସାୟ।
୩. ପାଞ୍ଚୋଲିଙ୍କ ପରିବାର ନିର୍ମାଣ କରିଥିଲା ପ୍ରଥମ ପଞ୍ଜାବୀ ଫିଲ୍ମ। ତାଙ୍କ ଚିତ୍ର ବ୍ୟାନରର ନାଁ ଥିଲା ପଞ୍ଚୋଲି ଆର୍ଟ୍ସ।
୪. ପ୍ରଥମେରୁ ପାଞ୍ଚୋଲି ଅନେକ ଟେଲିଫିଲ୍ମରେ କାମ କରିଥିଲେ। ୧୯୮୫ରେ ତାଙ୍କ ଅଭିନୀତ ପ୍ରଥମ ଟେଲିଫିଲ୍ମ ହେଲା ସାହାଦତ୍।
୫. ୧୯୮୮ରେ ମୁକ୍ତିଲାଭ କରିଥିବା ଦୟାବାନ୍ ଚଳଚ୍ଚିତ୍ରରେ ପାଞ୍ଚୋଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
୬. ୧୯୮୫ରୁ ୮୭ ଟେଲିଭିଜନ ଓ ୧୯୮୮ରୁ ୯୬ ପର୍ଯ୍ୟନ୍ତ ଆତିଦ୍ୟ ପାଞ୍ଚୋଲି ଫିଲ୍ମରେ ଲିଡ୍ ରୋଲ୍ କରିଥିଲେ।
୭. ୨୦୦୫ରେ ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପାଞ୍ଚୋଲିଙ୍କୁ ୨୦୧୬ରେ ଏକ କୋର୍ଟ ବର୍ଷେ ଜେଲ୍ ଦଣ୍ଡାଦେଶ ଦେଇଥିଲେ।
୮. ୨୦୧୯ରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।