୨୦୦୮ ମସିହାରେ ସେ "ରବ୍ ନେ ବନା ଦି ଯୋଡ଼ି" ଚଳଚ୍ଚିତ୍ରରେ କାମ କରିଥିଲେ। ଏହି ଫିଲ୍ମଟି ହିଟ୍ ହୋଇଥିଲା।
ଏହା ପରେ ଅନୁଷ୍କାଙ୍କୁ ଫିଲ୍ମ "ବଦମାଶ କମ୍ପାନୀ"ରେ ଦେଖିବାକୁ ମିଳିଥିଲା। ତାଙ୍କର ‘ବ୍ୟାଣ୍ଡ୍ ବାଜା ବାରାତ’ ମଧ୍ୟ ଚର୍ଚ୍ଚାରେ ରହିଥିଲା।
ଅନୁଷ୍କା ପଟିଆଲା ହାଉସ୍, ଲେଡିଜ୍ ଭର୍ସେସ୍ ରିକି ବହଲ୍, ଜବ୍ ତକ୍ ଜେ ଜାନ, , ପି.କେ, NH 10, ବମ୍ବେ ଭେଲଭେଟ ଭଳି ଅନେକ ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି।
୨୦୧୮ରେ, ତାଙ୍କୁ ଫିଲ୍ମ "ଜିରୋ"ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଫ୍ଲପ୍ ହୋଇଗଲା।
ଏହା ପରେ ଅନୁଷ୍କା ଫିଲ୍ମରୁ ଦୂରତା ବଜାୟ ରଖିଛନ୍ତି। ସେ ବୁଲ୍ବୁଲ୍ ପ୍ରଯୋଜନା କରିଥିଲେ ଏବଂ ‘କଲା’ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ସେ ‘ଚକଦା ଏକ୍ସପ୍ରେସ’ରେ ନଜର ଆସିବେ।