Janhvi Kapoor: ଇଚ୍ଛା ଅଛି ୩ଟି ଛୁଆ ଜନ୍ମ କରି ତିରୁପତିରେ ଘର କରି ରହିବି
Author: Amaresh Biswal | Credit: janhvikapoor instagram
ଆଜିକାଲି ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି ଜାହ୍ନବୀ କପୁର। ଶିଖର ପାହାଡ଼ିଆଙ୍କ ସହ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି
Author: Amaresh Biswal | Credit: janhvikapoor instagram
ନିକଟରେ ଜାହ୍ନବୀ ନିଜର ବିବାହ ସଂପର୍କରେ ମୁହଁ ଖୋଲିଛନ୍ତି। ଏଥିପାଇଁ ସେ କି କି ପ୍ଲାନ୍ କରିଛନ୍ତି ଖୋଲିକି କହିଛନ୍ତି।
Author: Amaresh Biswal | Credit: janhvikapoor instagram
ଆନ୍ଧ୍ରର ତିରୁପତି ସହର ଓ ମନ୍ଦିର ସହିତ ଜାହ୍ନବୀଙ୍କର ସଂପର୍କ ଟିକେ ଅଧିକ। ସବୁବର୍ଷ ସେ ନିଜ ଜନ୍ମଦିନ ଓ ମାଆ ଶ୍ରୀଦେବୀଙ୍କ ଜୟନ୍ତୀରେ ତିରୁପତି ନିଶ୍ଚୟ ଯାଆନ୍ତି।
Author: Amaresh Biswal | Credit: janhvikapoor instagram
ଏକ ଟକ୍-ସୋ’ରେ ଭାଗନେଇ ନିକଟରେ ଜାହ୍ନବୀ କହିଥିଲେ, ତାଙ୍କର ଇଚ୍ଛା ହେଉଛି ତିନିଟା ଛୁଆ ଜନ୍ମ କରି ସ୍ୱାମୀ ଓ ପିଲାଙ୍କ ସହ ତିରୁପତିରେ ଘର କରି ରହିଯିବେ।
Author: Amaresh Biswal | Credit: janhvikapoor instagram
ସେ ଏକ ସାଧାରଣ ଜୀବନ ବଂଚିବାକୁ ଚାହୁଁଛନ୍ତି। କଦଳୀ ପତ୍ରରେ ଦୈନିକ ଖାଦ୍ୟ ବାଢ଼ି ଖାଇବେ ଏବଂ ଗୋବିନ୍ଦ ଗୋବିନ୍ଦ ନାମ ଭଜନ କରିବେ।
Author: Amaresh Biswal | Credit: janhvikapoor instagram
ଜାହ୍ନବୀଙ୍କର ଇଚ୍ଛା, ସେ ମୁଣ୍ଡରେ ମଲ୍ଲୀ ଜଗରା ଲଗେଇବେ ଓ ଦୈନିକ ମଣିରତ୍ନମଙ୍କ ଶୁଣିବେ। ତାଙ୍କ ସ୍ୱାମୀ ଲୁଙ୍ଗି ପିନ୍ଧିବେ ଆଉ ଦୈନିକ ସେ ତାଙ୍କ ଦେହରେ ତେଲ ମାଲିସ୍ କରିବେ।
Author: Amaresh Biswal | Credit: janhvikapoor instagram
ଏକ ପତ୍ରିକାକୁ ସାକ୍ଷାତକାର ଦେଇ ଜାହ୍ନବୀ କହିଛନ୍ତି, ସେ ଏକ ସାଧାରଣ ବିବାହ କରିବାକୁ ଚାହାଁନ୍ତି। ଦକ୍ଷିଣ ଷ୍ଟାଇଲରେ ବ୍ୟାଚେଲର ପାର୍ଟି ଦେବାକୁ ଇଚ୍ଛା।
Author: Amaresh Biswal | Credit: janhvikapoor instagram
କହିଛନ୍ତି, ବିବାହ ତିରୁପତିରେ ହିଁ ହେବ। ମେହେନ୍ଦି ଓ ସଙ୍ଗୀତ ତାଙ୍କ ମାଆ ଶ୍ରୀଦେବୀଙ୍କ ପୈତୃକ ଘର ଚେନ୍ନାଇରେ ହେବ। ବାଳରେ ଗଜରା ଲଗେଇବେ ଓ ସବୁଆଡ଼େ ମହମବତୀ ଲଗାଇବେ।