ପୁରୀ: ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରୁଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟି ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ […]