• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

congress
କଂଗ୍ରେସରୁ ସାମୂହିକ ଇସ୍ତଫା ଦେଲେ ୩ ପୂର୍ବତନ ବିଧାୟକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ କନ୍ଦଳ ବିସ୍ଫୋରକ ରୂପ ନେଇଛି। ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି ୩ ଜଣ ପୂର୍ବତନ ବିଧାୟକ। ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ କଳାହାଣ୍ଡିର ଶତାଧିକ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ଏହି ୩ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସି କାର୍ଯ୍ୟାଳୟକୁ […]

Sam Pitroda
ଏୟାର ଷ୍ଟ୍ରାଇକ୍‌କୁ ନେଇ ପାଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ, ହରଡଘଣାରେ କଂଗ୍ରେସ

ନୂଆଦିଲ୍ଲୀ: ସବୁ ପ୍ରମାଣ ସତ୍ତ୍ଵେ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ପୁଣି ସରକାର ବିରୋଧରେ ବିଷ ଓଗାଳିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା। କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭାରତର ଛବିକୁ ଖରାପ କରିଛି। ଏୟାର ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ମୃତ୍ୟୁବରଣ […]

Congress-Bhawan
ଆଜି ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର: ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏଥିରେ ଓଡ଼ିଶାର ପ୍ରଥମ ଦୁଇ ପର୍ଯ୍ୟାୟର ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ଏଯାଏ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ହାଇକମାଣ୍ଡ କି ଅଙ୍କ କଷୁଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ସାଧାରଣ […]

congress
କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଗଣିତ: ବିଦ୍ରୋହୀଙ୍କୁ ଚକମା ଦେବାକୁ ଖୋଜୁଛି ଗଳାବାଟ

ଭୁବନେଶ୍ୱର: କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ ଓ କାହାର କାଟିବେ ତାକୁ ନେଇ ଅଡ଼ୁଆରେ ହାଇକମାଣ୍ଡ। ଏଣେ କିଛି ଆସନରେ ଘୋଷିତ ପ୍ରାର୍ଥୀଙ୍କୁ ବି ଆରମ୍ଭ ହୋଇଯାଇଛି ବିରୋଧ। ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ […]

congress1
ଟିକେଟ ବଣ୍ଟା ନସରୁଣୁ, ବାହାରିଲାଣି କଂଗ୍ରେସର ପୁରୁଣା ରୋଗ

ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକେଟ ବଣ୍ଟନ ଶେଷ ନ ହେଉଣୁ କଂଗ୍ରେସର ପୁରୁଣା ରୋଗ ବାହାରିଲାଣି। ଦଳୀୟ ଟିକେଟ ମିଳି ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେଣି। ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର ମାଝି ଆଜି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରୁ କଂଗ୍ରେସରେ ଟିକଟ କନ୍ଦଳ କେଉଁ ସ୍ତରରେ ପହଞ୍ଚିଛି ତାହା ସ୍ପଷ୍ଟ ହେଉଛି। ସ୍ଥିତି ଏମିତି ଯେ, ହାଇକମାଣ୍ଡଙ୍କ […]

c1
ଟିକେଟ୍‌କୁ ନେଇ ତେଜିଲା କଂଗ୍ରେସ କଳି

ଭୁବନେଶ୍ୱର: ବହୁ ଆଡ଼ମ୍ବରରେ କଂଗ୍ରେସର ଲଘୁକ୍ରିୟା। ଆଗୁଆ କରିବୁ, ଆଗୁଆ କରିବୁ କହି ଶେଷରେ ଗତକାଲି ୬ ଲୋକସଭା ଓ ୩୬ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ତାଲିକା ଘୋଷଣା ହେଉ ହେଉ ତୀବ୍ର ହେଲାଣି ବିଦ୍ରୋହର ସ୍ୱର। ବରଗଡ଼ରେ ଟିକେଟ୍‌ ନମିଳିବା ପ୍ରତିବାଦରେ ଦଳ ଛାଡିଛନ୍ତି ପୁରୁଖା ନେତା ସାଧୁ ନେପାକ। ଏଣେ ବରିଷ୍ଠ ବିଧାୟକ ତାରା ବାହିନୀପତି ଓ […]

mayawati
କଂଗ୍ରେସ ନିଜ କଥା ଚିନ୍ତା କରୁ: ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କରିଥିବା ମେଣ୍ଟରୁ ବାଦ୍‌ ପଡ଼ିଥିବା କଂଗ୍ରେସ ଏବେ ନୂଆ ଗୋଟି ଚାଳନା ଆରମ୍ଭ କରିଛି। ଉତ୍ତର ପ୍ରଦେଶ ମହାମେଣ୍ଟରୁ ବାଦ୍‌ ପଡ଼ିଥିଲେ ହେଁ କଂଗ୍ରେସ ସପା ଓ ବିଏସ୍‌ପି ପାଇଁ ୭ଟି ଆସନ ଛାଡ଼ିବାକୁ ଘୋଷଣା କରିଛି। ହେଲେ କଂଗ୍ରେସର ଏଭଳି ଚାଲକୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମହାଗଠବନ୍ଧନ ପାଇଁ ୭ଟି ସିଟ ଛାଡ଼ିଦେବାର ଘୋଷଣା କରି ଲୋକଙ୍କ […]

congress
ଆଜି କଂଗ୍ରେସ ପ୍ରକାଶ କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି କଂଗ୍ରେସ୍‌ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏନେଇ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍କ୍ରିନିଂ କମିଟି ତର୍ଜମା କରିଥିବା ତାଲିକା ଉପରେ ଆଜି କେନ୍ଦ୍ରୀୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇପାରେ। ଏନେଇ ନୂଆଦିଲ୍ଲୀରେ ବସିଛି ସିଇସି ବୈଠକ। କଂଗ୍ରେସ ୪ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି ଏଯାଏଁ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ନିର୍ବାଚନ ମଣ୍ଡଳୀଗୁଡିକରେ ଏକାଧିକ […]

prakash-behera
କଂଗ୍ରେସ ଛାଡ଼ି ପାରନ୍ତି ସାଲେପୁର ବିଧାୟକ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଡାକ୍ତର ଦାମୋଦର ରାଉତଙ୍କ ପରେ ପଦ୍ମ କ୍ୟାମ୍ପରେ ସାମିଲ୍‌ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଆସନ୍ତାକାଲି ସେ କଂଗ୍ରେସ ଛାଡୁଥିବା ପ୍ରକାଶଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରକାଶ କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି। ସେପଟେ ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କ ଟିକଟ କେହି କାଟି ପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶଙ୍କ ବିଜେଡି ଯିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ […]

j
କଂଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ୱର ବାବୁ

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିବା ଯଜ୍ଞେଶ୍ୱର କହିଛନ୍ତି। ତାଙ୍କ ସହ ବିଜେପିରୁ କିଛି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

Free-Press-Journal
ଇଲେକ୍ସନ୍‌ କାଉନ୍‌ ଡାଉନ୍: କଂଗ୍ରେସରେ ମିଶିଲେ ହାର୍ଦ୍ଦିକ, ବିଜେପିରେ ସୁଜୟ

ନୂଆଦିଲ୍ଲୀ: ବାଜି ସାରିଛି ନିର୍ବାଚନୀ ବିଗୁଲ୍। ପ୍ରସ୍ତୁତ ହେଉଛି ରାଜନୈତିକ କ୍ଷେତ୍ର। ଚର୍ଚ୍ଚାରେ ରହିଛି ଦଳବଦଳ ରାଜନୀତି। ଆଜି  କଂଗ୍ରେସରେ ମିଶିଛନ୍ତି ପାଟିଦାର ନେତା ହାର୍ଦ୍ଦିକ ପଟେଲ୍। ପାଟିଦାର ସଂରକ୍ଷଣ ଦାବି କରି ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସ ଆଜି ହାର୍ଦ୍ଦିକ ସ୍ୱାଗତ କରିଛି। ଅହମଦାବାଦଠାରେ କଂଗ୍ରେସର ହାତ ଧରି ରାଜନୀତିର ମଇଦାନକୁ ଲମ୍ଫ ଦେଇଛନ୍ତି ଏହି ଯୁବ ନେତା। ଚର୍ଚ୍ଚା ହେଉଛି, ହାର୍ଦ୍ଦିକଙ୍କୁ ଜାମନଗର ଲୋକସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ କରିବ। ଯାହା […]

niranjan
କଂଗ୍ରେସର କାହାରି ଟିକଟ ଚୂଡ଼ାନ୍ତ ହୋଇନି: ନିରଞ୍ଜନ  

ଭୁବନେଶ୍ୱର: କଂଗ୍ରେସର ଟିକଟ କସରତ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କାହାରି ଟିକଟ ଫାଇନାଲ ହୋଇ ନାହିଁ। ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସିର ବୈଠକରେ ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନ ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ ୧୫ଟି ଲୋକସଭା ଆସନ ଓ ଏଥିରେ ଥିବା ବିଧାନସଭା ଆସନ ନେଇ ପ୍ରାର୍ଥୀ ସର୍ଟ ଲିଷ୍ଟ କରାଯାଇଛି। ଆଶାୟୀଙ୍କ ନାଁ ଉପରେ ସିଇସି ଚୂଡ଼ାନ୍ତ ମୋହର ମାରିବା […]

congress1
ଦିଲ୍ଲୀ ଦଖଲ ପାଇଁ କସରତ: କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକରେ ଚାଲିଛି ମାନସମନ୍ଥନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜିବା ପରେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ କଂଗ୍ରେସ କଡ଼ା କସରତ କରୁଛି। ଆଜି ଅହମ୍ମଦାବାଦରେ ଦଳ ଆୟୋଜନ କରୁଛି ଓ୍ୱାର୍କିଂ କମିଟି ବୈଠକ। ବୈଠକରେ ଆଗାମୀ ଲୋକସଭା ଏବଂ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ […]

hardik
ଆଜି କଂଗ୍ରେସରେ ମିଶିବେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଜି କଂଗ୍ରେସରେ ମିଶିବେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ। ଏନେଇ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେବେ। ଅହମଦାବାଦରେ କଂଗ୍ରେସର ୱାର୍କିଂ କମିଟି ବୈଠକ ହେଉଥିବା ବେଳେ ହାର୍ଦ୍ଦିକଙ୍କ କଂଗ୍ରେସରେ ଯୋଗଦାନର ଅନେକ ଗୁରୁତ୍ୱ ରଖୁଛି। ହାର୍ଦ୍ଦିକ ଗୁଜରାଟର ଜାମନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏପ୍ରିଲ ୨୩ରେ ଗୁଜରାଟର ୨୬ଟି ଲୋକସଭା […]

congress
କଂଗ୍ରେସ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ଆଜି ବି ଚାଲିବ ଯାଞ୍ଚ

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ଚୟନ ନେଇ ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ଯାଞ୍ଚ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆଜି ବି ଜାରି ରହିଛି। ଗୋଟିଏ ନିର୍ବାଚନମଣ୍ଡଳୀରୁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବାରୁ ଚୟନ ନେଇ ବିଳମ୍ବ ହେଉଥିବା କୁହାଯାଉଛି। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟ ଏବଂ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାର୍ଥୀ ତାଲିକା ଉପରେ ସ୍କ୍ରୁଟିନି କରାଯାଉଛି। ଯାଞ୍ଚ […]

maharastra
ମହାରାଷ୍ଟ୍ରରେ କଂଗ୍ରେସ-ଏନ୍‌ସିପି ଆସନ ବୁଝାମଣା

ନୂଆଦିଲ୍ଲୀ: ସାଧାରାଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ କଂଗ୍ରେସ ଏନ୍‌ସିପି ସହ ଆସନ ବୁଝାମଣା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ କଂଗ୍ରେସ ୨୬ଟି ସଂସଦୀୟ କ୍ଷେତ୍ର ଲାଗି ପ୍ରାର୍ଥୀ ଦେବ। ବଳକା ୨୨ ଶିଟ୍ ସହଯୋଗୀ ଦଳକୁ ଦେବା ଲାଗି ସ୍ଥିର କରିଛି। ସେପଟେ ବିଭିନ୍ନ ଛୋଟ ଦଳ ସହ ଶିଟ୍‌ ବୁଝାମଣା ଲାଗି ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ […]

congress
ଆଜି ଦିଲ୍ଲୀରେ ବସିବ କଂଗ୍ରେସର ପ୍ରାର୍ଥୀ ତାଲିକା ସ୍କ୍ରୁଟିନି ବୈଠକ

ଭୁବନେଶ୍ୱର: ପ୍ରାର୍ଥୀ ଚୟନ ନେଇ ଆଉ ପାଦେ ଆଗକୁ ବଢ଼ିଛି କଂଗ୍ରେସ। ଆଜି ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ସ୍କ୍ରୁଟିନି ବୈଠକ ବସିବ। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟ ଏବଂ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାର୍ଥୀ ତାଲିକା ଯାଞ୍ଚ କରାଇ ରାହୁଲଙ୍କ ପାଖକ ମୋହର ମରାଯିବାକୁ ପଠାଯିବ ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। […]

saluja
ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ପ୍ରଶ୍ନକାଳରେ ମୁହାଁମୁହିଁ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କା’ ମନ୍ତ୍ରୀ ସମ୍ବୋଧନ ସହିତ ପୂଜାରୀଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ ପଚାରିଥିଲେ, ବଲାଙ୍ଗିର ଜିଲ୍ଲାରେ ୩୫ପ୍ରତିଶତ ଜଳସେଚନ ପାଇଁ ସରକାର ପ୍ରତିଶୃତି ଦେଇଥିଲେ ବି ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ କାର୍ଯ୍ୟ ହୋଇଛି […]

congress
ପରିବାରବାଦକୁ ପ୍ରଶୟ ଦିଆଯିବନି: କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ଲାଗି କଂଗ୍ରେସରେ ପରିବାରବାଦକୁ ପ୍ରଶୟ ଦିଆଯିବ ନାହିଁ। ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ ମିଳିବନି। ଆଜି ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ। ତେବେ ବାପା ଚାହିଁଲେ ତାଙ୍କର ଟିକେଟ ପୁଅକୁ ଦେଇପାରିବେ ବୋଲି ସେ କହିଛନ୍ତି। ସେହିପରି ନିର୍ବାଚନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

congress
ଶେଷ ହେଲା କଂଗ୍ରେସର ଟିକେଟ କସରତ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି କଂଗ୍ରେସର ଟିକଟ କସରତ। କିଏ କେଉଁ ଆସନ ପାଇଁ ଯୋଗ୍ୟ ଓ କାହାର ବିଜୟ ସମ୍ଭାବନା ଅଧିକ ଏହାକୁ ବିଚାରକୁ ନେଇ ଚୂଡ଼ାନ୍ତ ହୋଇଛି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା। ଆଜି ରାଜ୍ୟ ମୁଖ୍ୟାଳୟରେ ବସିଥିବା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକରେ ଦୀର୍ଘ ୬ ଘଣ୍ଟାର ବିଚାରବିମର୍ଶ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ଟିଏସ୍ ସିଂଦେଓଙ୍କ, ଏଆଇସିସି ସ୍କ୍ରିନିଂ କମିଟି […]