
ଦୀର୍ଘ ଦୁଇ ବର୍ଷର କୋଭିଡ୍ କଟକଣା ପରେ ପୁରୀରେ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ଭକ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା। କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ହିନ୍ଦୁ ଓ ବିଦେଶୀ ଭକ୍ତଙ୍କ ମନରେ ମଧ୍ୟ ଖୁସିର ଲହରୀ। ସମସ୍ତଙ୍କ ଅପେକ୍ଷା ସେହିଦିନକୁ ଯେଉଁଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ-ଭଉଣୀଙ୍କୁ ନେଇ ଶ୍ରୀମନ୍ଦିରରୁ ବାହାରିବେ ଆଉ ରଥରେ ବିଜେ କରି ସମସ୍ତ ପତିତଙ୍କୁ ଦର୍ଶନ ଦେବେ। ଘର ଘର ନାଦ କରି ଗଡିବ ନନ୍ଦିଘୋଷ ଆଉ ସେଇ ନାଦରେ ନିନାଦିତ ହେବେ ଭକ୍ତ ଆଉ ମୋଚନ କରିବେ ନିଜ ପାପ। ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳ ପକ୍ଷ ପଡେ ସେହିଦିନ ଶ୍ରୀଜୀଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା ତଥା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ପବିତ୍ର ଯାତ୍ରାକୁ ଦର୍ଶନ କରି ନିଜ ଚକ୍ଷୁକୁ ପବିତ୍ର କରିବା ନେଇ ଦେଶ ବିଦେଶରୁ ଛୁଟି ଆସିଛନ୍ତି ଅନେକ ଭକ୍ତ। ଏନେଇ ଅନେକ କାହାଣୀ ମଧ୍ୟ ରଚନା ହୋଇଛି।
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଖି ଚର୍ମଚକ୍ଷୁକୁ ପବିତ୍ର କରିବା ପାଇଁ ଚାହିଁ ବସିଥାନ୍ତି ଭକ୍ତଗଣ Read More
ରଥଯାତ୍ରା ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ। ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସବୁଠାରୁ ଲୋକପ୍ରିୟ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ ଯାତ୍ରା। ଯେତେ ଆଷାଢ଼ ଶୁକ୍ଳ ଦ୍ୱିତୀୟା Read More
ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ Read More
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ମହାପ୍ରଭୁଙ୍କ ଅନ୍ୟ ସବୁ ବେଶରେ ମାଧୁର୍ଯ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ Read More
ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୁଏ। ଏନେଇ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ Read More
ମହାପ୍ରଭୁଙ୍କ ନିଲାଦ୍ରି ବିଜେକୁ ଦ୍ୱାଦଶୀ ଯାତ୍ରା ମଧ୍ୟ କୁହାଯାଏ। ଏହିଦିନ ଗୋଟି ପହଣ୍ଡି ହୁଏ। ସନ୍ଧ୍ୟାଧୂପ ସରିବା ପରେ ବିଜେ କାହାଳି ବାଜେ ଆଉ ଆରମ୍ଭ ହୁଏ ପହଣ୍ଡି ଯାତ୍ରା। ବଳଭଦ୍ର ଓ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ବିଜେ ହେବା ପରେ Read More
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ ।
ଶ୍ରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଶୋଭାପାଉଛନ୍ତି ୩ ରଥ । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୂଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି । ଦେଖନ୍ତୁ ଏହାର କିଛି ଝଲକ...
ଗତକାଲି ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଛି, ଅଧାବାଟ ଯାଏ ଟଣା ହେବ ମା ସୁଭଦ୍ରାଙ୍କ ରଥ
ରଥ ଉପରେ ଚାଲିଛି ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି
କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା ।
ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ ।
ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା ।
ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର୍ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।