Advertisment

ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି: ଅନୁଭବ

ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାକୁ ନେଇ ପୁଣି ଥରେ ମୁହାଁମୁହିଁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି ଏବଂ ଜାଣିଶୁଣି…

author-image
Chandan Shishu
ଅଦ୍ୟତନ ହୋଇଛି
ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି: ଅନୁଭବ

anubhav

ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାକୁ ନେଇ ପୁଣି ଥରେ ମୁହାଁମୁହିଁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି ଏବଂ ଜାଣିଶୁଣି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବ କରୁଛନ୍ତି। ଏଥିପାଇଁ ସେ ଶୁଣାଣି ବେଳେ କୋର୍ଟକୁ ଆସୁନାହାନ୍ତି। ତେବେ ଅନୁଭବଙ୍କ ଏଭଳି ଅଭିଯୋଗର ଜବାବ ରଖିଛନ୍ତି ବର୍ଷାଙ୍କ ଓକିଲ ଆରକେ ରଥ ସେ କହିଛନ୍ତି, ବର୍ଷା ଆଗରୁ ସମସ୍ତ ଡେଟ୍‌ରେ କୋର୍ଟକୁ ଯାଇଛନ୍ତି।

Advertisment

ହେଲେ ଅନୁଭବ ଆସୁନଥିଲେ। ଏଥିପାଇଁ ଏସଡିଜେଏମ୍ କୋର୍ଟରେ ବର୍ଷାଙ୍କ ଅପିଲ ପଡ଼ି ରହିଛି। ବର୍ଷା ଏବେ ଅସୁସ୍ଥ ଥିବାରୁ କୋର୍ଟ ଆସିପାରୁ ନାହାନ୍ତି ଯାହା ସେ ଗତକାଲି କୋର୍ଟଙ୍କୁ ମଧ୍ୟ ଜଣାଇଥିଲେ। ବର୍ଷା କୋର୍ଟଙ୍କୁ ସହଯୋଗ କରୁନଥିବା କଥା ଅନୁଭବ ଯେଉଁ ଅଭିଯୋଗ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
Barsa Anubhav Case
Advertisment
Advertisment