ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ। କିନ୍ତୁ ଚିନ୍ତାର ବିଷୟ ହେଉଛି କି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର କାନପୁର ସହର ଶାର୍ଷ ସ୍ଥାନରେ ରହିଛି। ସେହିଭଳି ମେଟ୍ରୋ ସିଟିଗୁଡ଼ିକ ମଧ୍ୟରୁ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି। କେବଳ ସେତିକି ନୁହେଁ ଟପ୍ ୧୫ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। PM 2.5ର ପରିମାଣକୁ ନେଇ ଏହି […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋପିଆଁଠାରେ ଏକ ସ୍କୁଲ ବସ୍ ଉପରେ ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ। ଏଥିରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଜାମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ମଧ୍ୟ ଘଟଣାରେ କ୍ରୋଧ ପ୍ରକାଶ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା ମଧ୍ୟ ଏହାକୁ କଡ଼ା ନିନ୍ଦା କରି ଟ୍ୱିଟ୍ କରିଛନ୍ତି। ଏପରି […]
ସୋଲନ: ବେଆଇନ ନିର୍ମାଣକୁ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିଠାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଳା ଶର୍ମା। ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ ଏହାର […]
ନୂଆଦିଲ୍ଲୀ : ମୋବାଇଲ ସିମ୍ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଟେଲିକମ୍ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଧାର ବଦଳରେ ବିକଳ୍ପ ପରିଚୟ ପ୍ରମାଣ ଭାବେ ଡ୍ରାଇଭିଂ ଲାଇସେନସ, ପାସପୋର୍ଟ ଓ ଭୋଟ୍ ପରିଚୟ ପତ୍ରକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତୁରନ୍ତ ଲାଗୁ କରିବା ଲାଗି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ […]
ମୁମ୍ବାଇ: ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା। ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି। ୨୦୧୧, ଜୁନ୍ ୧୧ରେ ଜ୍ୟୋତିର୍ମୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପୁରା ଘଟଣା କ୍ରମ– ୨୦୧୧ ଜୁନ ୧୧ ତାରିଖରେ […]
ନୂଆଦିଲ୍ଲୀ : କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ ଶାସନର ଦ୍ୱିତୀୟ ପାଳି। ଏଥିପାଇଁ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ। ମୋଦି ଓ ତାଙ୍କ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ […]