ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର AN-32 ବିମାନ ନିଖୋଜ। ଅରୁଣାଚଳ ପ୍ରଦେଶର ମେନ୍ଚୁକା ଏୟାର ଫିଲ୍ଡରୁ ଯାତ୍ରା ଆରମ୍ଭ କରିଥିଲା ବିମାନ। ତେବେ ଗତ ତିନି ଘଣ୍ଟାରୁ ଅଧିକ ସମୟ ଧରି ବିମାନ ସହ କୌଣସି ଯୋଗାଯୋଗ ହୋଇପାରିନି। ଶେଷ ଥର ପାଇଁ ଅପରାହ୍ନ ଗୋଟାଏ ବେଳେ ଆସାମ ଜୋରାହଟ୍ ଏୟାର ବେସ୍ ସହ ବିମାନରେ ଥିବା ପାଇଲଟ୍ଙ୍କ କଥାବାର୍ତ୍ତା ହୋଇଥିଲା। ବିମାନରେ ମୋଟ ୧୩ ଜଣ ଯାତ୍ରୀ ଥିଲେ। ଘଟଣା ପରେ ବାୟୁ ସେନା […]
ଇସଲାମାବାଦ୍: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍ ଇକ୍ବାଲ୍ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍ବାଲ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍ବାଲ୍ଙ୍କ ପୁଅ ଅହମଦ ଇକ୍ବାଲ୍ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍ ଇକ୍ବାଲ୍ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍ଭେସନ୍ରେ ରଖାଯିବ ବୋଲି ଅହମଦ କହିଛନ୍ତି। ଇକ୍ବାଲ୍ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। […]
ଲଣ୍ଡନ : ଆଉ ୨ ଦିନ ପରେ ଅର୍ଥାତ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ତେବେ ଏହା ପୂବରୁ ଭାରତକୁ ଲାଗିଛି ବଡ଼ ଝଟ୍କା। କ୍ୟାପ୍ଟେନ୍ ବିରାଟ କୋହଲି ଆହତ ହୋଇଛନ୍ତି। ନେଟ୍ସରେ ଅଭ୍ୟାସ କଲା ବେଳେ ତାଙ୍କ ଡାହାଣ ହାତର ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ମ୍ୟାଚ୍କୁ ମଝିରେ ଆହୁରି ୨ ଦିନ ଥିବାରୁ ସେ ସୁସ୍ଥ ହୋଇଯିବେ ବୋଲି […]
ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]
ବିହାର : ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼। ଗାଁର ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ବିଫଳ ପ୍ରେମିକ। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ,କେମିତି ଯୁବତୀଙ୍କୁ ବନ୍ଧା ହୋଇଛି। ତା ପରେ ଅଭିଯୁକ୍ତ ଓ ତାର ସଂପର୍କୀୟମାନେ ତାଙ୍କୁ ମାଡ଼ ମାରୁଛନ୍ତି। ବିହାରର ପଶ୍ଚିମ ଚମ୍ପାରନ ବାଘା ଅଞ୍ଚଳରେ ଏହି ଘଟଣା ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପାଖରେ ବହୁ […]