• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

smriti irani
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରୁ ସ୍ମୃତି ହଟିଲେ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ। ପୀୟୁଷ ଗୋଏଲ୍‌ଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଅରୁଣ ଜେଟ୍‌ଲି ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଗୋଏଲ୍‌ ଏହି ଦାୟିତ୍ୱ ସମ୍ଭାଳିବେ। ଜେଟ୍‌ଲି ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ଗୋଏଲ୍ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସେହିପରି ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ରାଜ୍ୟବର୍ଦ୍ଧନ ଏହି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରୁଥିଲେ। ସେହିପରି ସୂଚନା ଓ ପ୍ରସାରଣ ଏବଂ ବୟନ ଶିଳ୍ପ […]

pm modi
କର୍ଣ୍ଣାଟକରେ ବି ମୋଦି ଲହର!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଶାସକ କଂଗ୍ରେସ ୭୦ରୁ କମ୍ ଆସନରେ ଆଗୁଆ ରହିଛି। ତା ତଳକୁ ରହିଛି ଜେଡିଏସ୍। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍‌। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍‌ କରୁଛନ୍ତି। କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ […]

Karnataka
କର୍ଣ୍ଣାଟକରେ ଭୋଟ୍‌ ଗଣତି ଆରମ୍ଭ: ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ବେଙ୍ଗାଲୁରୁ: ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ମୋଟ୍‌ ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା। କେବଳ ବେଙ୍ଗାଲୁରୁରେ ହୋଇଛି ୫ଟି ଗଣତି କେନ୍ଦ୍ର। । ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। […]

karnataka
କାହାର ହେବ କର୍ଣ୍ଣାଟକ? କାଲି ଗଣତି, ଖୋଲିବ ଭାଗ୍ୟପେଡ଼ି

ବେଙ୍ଗାଲୁରୁ: ଆସନ୍ତାକାଲି ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି। ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ। ଏନେଇ ରାଜ୍ୟର ୩୮ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପହଞ୍ଚିବ ଇଭିଏମ୍। ପ୍ରତି କେନ୍ଦ୍ରରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଚଳିତ ଥର […]

kashmir
କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଢ଼ିଲା

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ଆଉ ୬ ମାସ ଯାଏଁ ବଢ଼ିଲା ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଓ କାଶ୍ମୀରରେ ବିଜେପି ଓ ପିଡିପି ସରକାର ଭାଙ୍ଗିବା ପରେ ଗତବର୍ଷ ଜୁନ୍‌ ୧୯ରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା। ଏହା ପରେ ଡିସେମ୍ବର ୧୯ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ୬ ମାସ ପାଇଁ ଲାଗୁ ହୋଇଥିବା ବେଳେ […]

petrol price hike
ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]