• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

karnatak
କାହାକୁ ଡାକିବେ ରାଜ୍ୟପାଳ ତା ଉପରେ ନଜର

ବେଙ୍ଗାଲୁରୁ : ବିଖଣ୍ଡିତ ଜନାଦେଶକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଛକାପଞ୍ଛା। କାହା ହାତକୁ ଯିବ କର୍ଣ୍ଣାଟକ ଶାସନ କ୍ଷମତାର ଡୋରି, ତାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ। ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ପରେ ସରକାର ଗଠନ ଲାଗି ଚାଲିଛି ଘମାସାନ୍। କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ ଲାଗି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ। ସେପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ […]

austrelia
୪୧ ରନରେ ପାକିସ୍ତାନକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଛି। ଟିମ୍ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍, ୧୧ ଚୌକା, ୧ ଛକା) ଓ […]

aadhar
ଆଧାର ସମ୍ପର୍କିତ ଆଇନକୁ କ୍ୟାବିନେଟ୍‌ର ଅନୁମୋଦନ

ନୂଆଦିଲ୍ଲୀ : ଆଧାର କାର୍ଡ ପ୍ରଚଳନକୁ ଲୋକାଭିମୁଖି କରିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଆଧାର ସମ୍ପର୍କିତ ଆଇନକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ୨୦୧୯ ମାର୍ଚ୍ଚରେ ଲାଗୁ ଅଧ୍ୟାଦେଶ ବଦଳରେ ଆସିବ ଆଧାର ବିଲ୍। ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବାବେଳେ ଆଧାର ବିଲ୍ ଲୋକଙ୍କ ଆକାଂକ୍ଷା ପୂରଣ ନେଇ ସରକାର ଆଶାବାଦୀ ବୋଲି କହିଛନ୍ତି।

YOGI
ବାରାଣସୀ ପୋଲ ଦୁର୍ଘଟଣାରେ ସରିଲା ଉଦ୍ଧାର କାର୍ଯ୍ୟ

ବାରାଣସୀ : ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍‌ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା। ସେପଟେ ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ […]

boat
ଗୋଦାବରୀ ନୌକାବୁଡ଼ି ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର

ବିଜୟୱାଡା : ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ନୌକାବୁଡ଼ି ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ପ୍ରାୟ ୨୩ଜଣ ନିଖୋଜ ଥିବା ସୂଚନା ମିଳିଛି।  ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ଣ ସାଢ଼େ ୪ଟା ବେଳେ ଏହି ଅଘଟଣ ଘଟିଛି। ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ପଶ୍ଚିମ ଗଦାର ଦେବୀପାଟନମ୍‌ରୁ ମୋଟର୍ ବୋଟ୍‌ଟି ମଣ୍ଡାମଡ଼ାଲୁ ଗାଁକୁ ଯାଉଥିଲା। ତେବେ ମାନଟରୁ ଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇବାକୁ ଯାଇଥିବା ବେଳେ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ […]

triple
ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ମିଳିଲା କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ବୁଧବାର ତତ୍କାଳ ଟ୍ରିପଲ୍‌ ତଲାକ୍ ବିଲ୍‌କୁ ଆଜି ଅନୁମୋଦନ ମିଳିଛି। ଏହି ବିଲ୍ କ୍ୟାବିନେଟ୍‌ର ଅନୁମୋଦନ ପାଇଥିବା ବିଷୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଗତ ଫେବୃଆରୀ ମାସରେ ପୂର୍ବର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପକ୍ଷରୁ ଆଗତ ହୋଇଥିବା ବିଧେୟକର ସ୍ଥାନରେ ଏହି ବିଲ୍ ଆଗତ ହେବ। ସଦ୍ୟ ଅନୁମୋଦିତ ଟ୍ରିପଲ୍‌ ତଲାକ୍ ବିଲ୍ ସଂସଦର […]

karnatak
ଓଡ଼ିଶାରେ କର୍ଣ୍ଣାଟକ ଫଳାଫଳର ପ୍ରଭାବ

ଭୁବନେଶ୍ୱର : ବିଜେପି ଶିବରରେ ଉତ୍ସବର ପରିବେଶ । ବାଜା-ବାଣରେ କମ୍ପୁଛି ପରିବେଶ, ଝୁମୁଛନ୍ତି କର୍ମୀ। ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ଯଦିଓ କର୍ଣ୍ଣାଟକ ଫଳାଫଳ ରୋଚକ ମୋଡ଼ରେ ପହଁଞ୍ଚିଛି, ତଥାପି ବଡ଼ ଦଳ ଭାବରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସି ମନାଉଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ। ବିଜେପୁର ବିପର୍ଯ୍ୟୟ ପରେ ରାଜ୍ୟ ବିଜେପି ପାଇଁ କର୍ଣ୍ଣାଟକ ଫଳ ଆଶ୍ୱସ୍ତି ଆଣିଛି ବୋଲି ନେତା ଆଶା କରୁଛନ୍ତି। କର୍ଣ୍ଣାଟକର ପ୍ରଭାବ ଓଡିଶା […]

ndrf
ନିର୍ମାଣାଧୀନ ବ୍ରିଜ୍ ଭୁଶୁଡି ୧୨ ମୃତ

ବାରଣାସୀ:  ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ୍‌ ତଳେ ଏବେବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଏନଡିଆର୍‌ଏଫ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା କହିଛନ୍ତି ୟୁପି ଡିଜିପି ଓପି ସିଂ। ଏହା ସହ ଚାପି […]

adhara
ପେନସନ ପାଇଁ ବାଧ୍ୟତା ନୁହେଁ ଆଧାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀ ମାନେ ଅସୁବିଧାରେ ପଡୁଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ୪୮ ଲକ୍ଷ ୪୧ ହଜାର […]

mmet
ସରକାର ଗଠନ ଦାବି ଜଣାଇଲେ ୟେଦୁରାପ୍ପା, କୁମାରସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ କିଏ ଗଢିବ ସରକାର ? ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାକୁ ମିଳିନାହିଁ ଆବଶ୍ୟକ ବହୁମତ। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର 112ରେ ପହଞ୍ଚିପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ 104ଟି ଆସନରେ ବିଜେପି ଆଗୁଆ ଥିବା ବେଳେ 78ଟି ସିଟ୍‌ରେ ଆଗୁଆ ଅଛି କଂଗ୍ରେସ। ସରକାର ଗଠନ ପାଇଁ ବିଜେପିକୁ ଆଉ 8 ଜଣ ବିଧାୟକଙ୍କ ସମର୍ଥନ […]

crpf
ପୁଣି ମାତିଲେ ଆତଙ୍କବାଦୀ

କାଶ୍ମୀର : କିଛି ଦିନର ବ୍ୟବଧାନ ପରେ କାଶ୍ମୀରରେ ପୁଣି ଥରେ ମାତିଛନ୍ତି ଆତଙ୍କବାଦୀ। ଆଜି ଅପରାହ୍ନରେ ଅନନ୍ତନାଗର କେପି ରୋଡ୍‌ରେ ସିଆର୍‌ପିଏଫ୍ ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯେଉଁଥିରେ ୫ ଜଣ ସିଆରପିଏଫ୍ ଯବାନ ସହିଦ୍‌ ହୋଇଥିବା ବେଳେ ଜଣେ ପୁଲିସ ଇନ୍ସପେକ୍ଟର ଓ ସାଧାରଣ ନାଗରିକ ଆହତ ହୋଇଛନ୍ତି। ତେବେ ଉପସ୍ଥିତ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ବି […]

karnatak election
ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରାଜନୀତି। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ମିଳିପାରି ନାହିଁ। ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ୧୦୪ରୁ ଅଧିକ ଆସନରେ ବିଜେପି ଆଗୁଆ ଥିବା ବେଳେ ୭୮ରୁ ଅଧିକ ସିଟ୍‌ରେ ଆଗୁଆ ଅଛି କଂଗ୍ରେସ। ସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ୩୮ ସିଟ୍‌ରେ ଲିଡ୍ କରୁଛି।  ସରକାର ଗଠନ ପାଇଁ କଂଗ୍ରେସ […]

navjot singh sidhu
ଦୋଷୀ ସାବ୍ୟସ୍ତ ହେଲେ, କିନ୍ତୁ ଜେଲ୍‌ ଯିବେନି ସିଦ୍ଧୁ

ନୂଆଦିଲ୍ଲୀ: ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। IPC ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ  ହୋଇଛନ୍ତି। ସିଦ୍ଧୁଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡିବ ନାହିଁ।  ଏଥିସହ ସେ ତାଙ୍କର […]

smriti irani
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରୁ ସ୍ମୃତି ହଟିଲେ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ। ପୀୟୁଷ ଗୋଏଲ୍‌ଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଅରୁଣ ଜେଟ୍‌ଲି ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଗୋଏଲ୍‌ ଏହି ଦାୟିତ୍ୱ ସମ୍ଭାଳିବେ। ଜେଟ୍‌ଲି ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ଗୋଏଲ୍ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସେହିପରି ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ରାଜ୍ୟବର୍ଦ୍ଧନ ଏହି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରୁଥିଲେ। ସେହିପରି ସୂଚନା ଓ ପ୍ରସାରଣ ଏବଂ ବୟନ ଶିଳ୍ପ […]