ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ କହିଛି କଂଗ୍ରେସ। ଏଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ପ୍ରଦେଶ କଂଗ୍ରେସ କମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ମଧ୍ୟ କୁହାଯାଇଛି। ଏ […]
କର୍ଣ୍ଣାଟକ: ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଗୁରୁବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦ୍ୟୁରପ୍ପା। ଏହି ଖୁସିରେ ବିଜେପି କର୍ମୀମାନେ ଆତ୍ମବିଭୋର ହେଉଛନ୍ତି। କିନ୍ତୁ ଆଗକୁ ୟେଦ୍ୟୁରପ୍ପାଙ୍କ ପାଇଁ ଗାଦି ବଞ୍ଚାଇବା ସହଜ ମନେ ହେଉ ନାହିଁ। କାରଣ ସରକାର ଗଢ଼ିବାକୁ ହେଲେ ତାଙ୍କୁ ଆହୁରି ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଧାନସଭାରେ ସିନା ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ୧୫ଦିନ ସମୟ ଦେଇଛନ୍ତି, ହେଲେ ଆସନ୍ତାକାଲି କିନ୍ତୁ ତାଙ୍କ ପାଇଁ ରହିଛି […]
ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣିଥରେ ଗୁଜରାଟ ଆଡ଼କୁ ମୁହାଁଇଛି। ଗତକାଲି ଏହା ଗୁଜରାଟ ଉପକୂଳ ବଦଳରେ ଓମାନ ଆଡ଼େ ମୁହାଁଇଥିଲା। କିନ୍ତୁ ସମୁଦ୍ର ମଧ୍ୟରେ ହଠାତ୍ ଏହା ଦିଗ ବଦଳାଇ ଗୁଜରାଟ୍ର ପୋରବନ୍ଦର ଓ ଦ୍ୱାରକା ଆଡ଼େ ମୁହାଁଇଛି। ‘ବାୟୁ’ ପୁଣି ଗୁଜରାଟ୍ ମୁହାଁ ହୋଇଥିବାରୁ ପୁଣିଥରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ‘ବାୟୁ’ର ଦିଗ ପରିବର୍ତ୍ତନ ଯୋଗୁ ପୋରବନ୍ଦର ଓ ଦ୍ୱାରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା […]
କୋଲକାତା : ଚତୁର୍ଥ ଦିନରେ ପହଁଞ୍ଚିଛି ପଶ୍ଚିମବଂଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ଦିଦିଙ୍କ ଚେତାବନୀ ପରେ ଡାକ୍ତର ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି। ଗତକାଲି ଦିନ ୨ଟା ସୁଦ୍ଧା କାମକୁ ନଫେରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଚରମବାଣୀ ଶୁଣାଇ ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଡାକ୍ତର ଏହି ଧମକକୁ ବେଖାତିର କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ଯୋଗାଇ ଦିଆଯିବା ଦାବିକୁ ନେଇ କିଛି ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦ କରି ଦଳର ନେତାମାନେ କର୍ଣ୍ଣାଟକ ବିଧାନସୌଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏହି ଧାରଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଜି.ଏନ୍. ଆଜାଦ୍, ଅଶୋକ ଗେହଲଟ୍, ମଲ୍ଲିକାର୍ଜ୍ଜୁନ ଖଡଗେ ସାମିଲ ହୋଇଛନ୍ତି। ବିଜେପି ସହିତ ଜେଡିଏସ୍ ନେତା ମାନେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ସିଦ୍ଧରମୈୟା କରିଛନ୍ତି ଯେ, “ଆମେ […]
ଜାମସେଦପୁର: ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍ଲାରେ ୫ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ୨ ଜଣ ନକ୍ସଲ ସେମାନଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ସରେଇକେଲା ଜିଲ୍ଲା ତୁରୁଲଡିହ ଅନ୍ତର୍ଗତ କୁକଡୁ ହାଟଟି ଝାରଖଣ୍ଡ ଓ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା। ଆଜି ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ଓଡ଼ିଶାରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତିକୁ କିଭଳି ଭରଣା କରାଯିବ ଏବଂ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କିଭଳି ସହାୟତା ଯୋଗାଇ ଦେବେ ସେ ନେଇ ଉଭୟ ଆଲୋଚନା କରିଛନ୍ତି। ସେହିଭଳି ଆଗାମୀ ଦିନରେ ରାଜ୍ୟର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଭଳି ପାରସ୍ପରିକ […]
ବେଙ୍ଗାଲୁରୁ: ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର। ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିପାଇଁ ରାଜଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦ୍ୟୁରପ୍ପା ବିଜୟ ସୂଚକ ବା VICTORY SIGN ଦେଖାଇଥିଲେ। ୨୩ତମ ମୁଖ୍ୟମନ୍ତ୍ରୀ […]
ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। […]
ଲକ୍ଷ୍ନୌ: ବାରାଣସୀ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣା ପରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର। ଏହି ଅଘଟଣ ପାଇଁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଭରବ୍ରିଜର ମୁଖ୍ୟ ପରିଯୋଜନା ପ୍ରବନ୍ଧକଙ୍କ ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ୪୮ ଘଣ୍ଟା ମଧ୍ୟରେ ରିପୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଆଜି ତଦନ୍ତ କମିଟି ମୁଖ୍ୟ ରାଜ ପ୍ରତାପ ସିଂହ ଘଟଣାସ୍ଥଳରେ ପହଞ୍ଛି ସ୍ଥିତି […]