ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ […]
ଆମେଠି : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ପାରମ୍ପରିକ ଆସନ ଆମେଠିରେ ହରାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅସୁସ୍ଥ ମହିଳାଙ୍କ ପାଇଁ ନେଇଥିବା ପଦକ୍ଷେପ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ କନ୍ଭୟରେ ଥିବା ଆମ୍ବୁଲାନ୍ସରେ ହିଁ ଏହି ମହିଳାଙ୍କୁ ହସ୍ପିଟାଲ ପଠାଇଛନ୍ତି। #WATCH Uttar Pradesh: Smriti Irani, BJP MP from Amethi takes a woman to hospital in her convoy ambulance. pic.twitter.com/ohWl12minG — ANI […]
ନୂଆଦିଲ୍ଲୀ : ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ୪୦ ଜଣ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନାମ ‘ଇକନମିକ୍ […]
ବେଙ୍ଗାଲୁରୁ : ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ନେତା ଏଚ୍.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ […]
ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]
ଆପଣ ଦୁଇ ଚକିଆ ବାଇକ୍ ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ। କେବେ ତିନି ଚକିଆ ବାଇକ୍ ଦେଖିଛନ୍ତି ? ଏବେ ଏହାକୁ ବାସ୍ତବିକ୍ ରୂପ ଦେଇଛି ୟାମାହା। ବଜାରକୁ ତିନି ଚକା ବିଶିଷ୍ଟ ବାଇକ୍ ଲଞ୍ଚ କରିଛି ୟାମାହା। ୟାମାହା ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ, ଯିଏ ଫ୍ୟୁଚର ବାଇକ୍ ଓ ଏହା ସହ ଜଡିତ ପ୍ରମୁଖ ଟେକ୍ନିକ୍ ଉପରେ ନୂଆ ପରୀକ୍ଷା ନୀରିକ୍ଷା ଚଳାଇଥାଏ। ଦୀର୍ଘ ଦିନର ଅପେକ୍ଷା ପରେ ଏବେ ୟାମାହା ନିଜର […]
ସାଉଥାମ୍ପଟନ୍ : ଚଳିତ ବିଶ୍ୱକପର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଫଳସ୍ୱରୂପ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ […]
ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ। ସେ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ବୁଝାଇବେ ବୋଲି କହିଥିଲେ। ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ […]
ଲଣ୍ଡନ : ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଏହା ପୂର୍ବରୁ ୨୦୧୧ ଓ ୨୦୧୫ ବିଶ୍ୱକପରେ ମଧ୍ୟ ଇଂଲଣ୍ଡକୁ ହରାଇଥିଲା। ତେବେ ୧୯୮୩ ବିଶ୍ୱକପରେ ଶ୍ରୀଲଙ୍କା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଶୁକ୍ରବାର ଶ୍ରୀଲଙ୍କା ଏହାର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କା ଟିମର ପ୍ରଦର୍ଶନ ଦେଖି ଲାଗିଲା ଯେ, ସେମାନେ ବିଶ୍ୱକପ୍ ଜିତି ନେଇଛନ୍ତି। ନୁୱନ୍ ପ୍ରଦୀପ ଇଂଲଣ୍ଡର ଶେଷ ବ୍ୟାଟ୍ସମ୍ୟାନ୍ ମାର୍କ ଉଡଙ୍କୁ […]