• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Amitabh Bachchan
ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହେଲେ ଅମିତାଭ

ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି- 'ଲେଖିବାର କିଛି ନାହିଁ'। ଅମିତାଭଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ତାଙ୍କୁ ଟ୍ରୋଲ୍‌ କରି ସମାଲୋଚନା କରିଥିଲେ।

pak
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଅସମ୍ଭବ ବିଜୟ ଦରକାର। ଏହି ଆଧାରରେ ପାକିସ୍ତାନ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶକୁ ହରାଇବାକୁ ହେଲେ ପାକିସ୍ତାନକୁ ବଡ଼ ସ୍କୋର ଛିଡ଼ା କରିବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ଏହାର ବିପରୀତ ବ୍ୟାଟିଂ କରିଛି। ଟିମ୍ ୮ ଓଭରରେ ୧ ୱିକେଟ୍ ହରାଇ ମାତ୍ର ୨୮ […]

modi
ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଇଣ୍ଡୋନେସିଆ ସିଇଓ ଫୋରମରେ ଉଭୟ ଦେଶର ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ […]

anil-vij image
‘ରାହୁଲ ନିପା ଭାଇରସ ସହ ସମାନ’

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିପା ଭାଇରସ ସହ ସମାନ । ଯେଉଁ ରାଜନୈତିକ ଦଳ ତାଙ୍କ ସମ୍ପର୍କରେ ଆସିବେ ସେମାନେ ଆକ୍ରାନ୍ତ ହୋଇ ଧ୍ୱଂସ ହୋଇଯିବେ। ଟ୍ୱିଟ୍ ଯୋଗେ ଏଭଳି ଏଭଳି ବିବାଦୀୟ ବୟାନ ରଖିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍। राहुल गांधी #निपाह वायरस के समान है । जो भी राजनीतिक पार्टी इसके सम्पर्क में आएगी वह फना हो जाएगी । […]

budget
ବଜେଟ୍‌ରେ ୧୦ଟି ବଡ଼ ଘୋଷଣା

୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍‌ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ। ୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ […]

cbse-
ସିବିଏସ୍ଇ ଦଶମ ଟପ୍ ପୋଜିସନ୍‌ରେ ୪ ଛାତ୍ରଛାତ୍ରୀ

ଭୁବନେଶ୍ୱର  : ଗୁରୁଗ୍ରାମ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରଖର ମିତ୍ତଲ, ବିଜ୍‌ନୋର ଆର୍.କେ ପବ୍ଲିକ୍ ସ୍କୁଲର ରିମ୍‌ଝିମ୍‌ ଅଗ୍ରଓ୍ୱାଲ, ଶ୍ୟାମଲି ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଓ  କୋଚିନ୍, ଭାବନ୍ ବିଦ୍ୟାଳୟର ଶ୍ରୀଲକ୍ଷ୍ମୀ ଜି. ,ଏମାନେ ହେଉଛନ୍ତି ଚଳିତ ବର୍ଷର ସିବିଏସଇ ଦଶମ ଟପ୍ପର। ୫ଶହରୁ ୪୯୯ ଲେଖାଏଁ ନମ୍ବର ରଖି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଏହି ୪ ଛାତ୍ରଛାତ୍ରୀ। ଏଥର ମୋଟ୍ ୧୬ ଲକ୍ଷ ୩୮ ହଜାର ୪୨୦ ଜଣ ଛାତ୍ରଛାତ୍ରୀ ସିବିଏସଇ […]

westindies
ୱେଷ୍ଟଇଣ୍ଡିଜର ସାନ୍ତ୍ୱନାମୂଳକ ବିଜୟ, ଆଫଗାନିସ୍ତାନ ନିରାଶ

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ତା’ର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ହେଡିଙ୍ଗଲେରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ଲଢ଼ୁଆ ବ୍ୟାଟିଂ କରି ପୂରା ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନ ପକ୍ଷରୁ ଇକ୍ରାମ୍ ଅଲୀଖିଲ୍ ସର୍ବାଧିକ […]

kulabhusan
କୁଳଭୂଷଣ ମାମଲା: ଏଇ ମାସ ଆସିବ ଅନ୍ତର୍ଜାତୀୟ କୋର୍ଟର ରାୟ

ନୂଆଦିଲ୍ଲୀ : ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ। ୨୦୧୭ ମସିହା ଏପ୍ରିଲ ମାସରେ ସେ ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ମେ’ ୨୦୧୭ରେ ଭାରତ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା। […]

sachin
ସତ ହେଲା ସଚିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ କ୍ରିକେଟରୁ ସନ୍ନ୍ୟାସ ନେବାର ୬ ବର୍ଷ ହୋଇଗଲାଣି। ମଇଦାନ ଭିତରେ ସଚିନଙ୍କ ଦକ୍ଷତା ସମ୍ପର୍କରେ ପୂରା ଦୁନିଆ ଅବଗତ, କିନ୍ତୁ ମଇଦାନ ବାହାରେ ବି ସଚିନଙ୍କ ଯାଦୁ ଏବେବି କାଏମ ରହିଛି। ଯେଉଁଠି କ୍ରିକେଟ୍ କଥା କୁହାଯିବ, ସେହିଠାରେ ସଚିନଙ୍କ ପରାମର୍ଶ ଓ ତାଙ୍କ ଦୃଷ୍ଟିକୋଣକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ବର୍ତ୍ତମାନ ବିଶ୍ୱକପ୍ ଚାଲିଛି, ତେଣୁ ଏହି ସମୟରେ ଯଦି ସଚିନଙ୍କ କଥା ଅଧିକ ଉଠିବା ସ୍ୱାଭାବିକ। ବିଶେଷକରି ସଚିନଙ୍କ ଭବିଷ୍ୟବାଣୀ […]

afgan injuries
ଆତଙ୍କବାଦୀ ଭାବି ୯ ଜଣଙ୍କୁ ଭୁଲରେ ମାରିଦେଲେ ଆଫଗାନ ସେନା

କାବୁଲ: ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରୋଭିନ୍ସରେ ସୋମବାର ରାତିରେ ଭୁଲରେ ଆତଙ୍କବାଦୀ ଭାବି ୯ ଜଣଙ୍କୁ ସଂହାର କରିଛନ୍ତି ଆଫଗାନ ସେନା I ପ୍ରୋଭିନସିଆଲ ଗଭର୍ନର ହାୟାତୁଲା ହୟତ ଏ କଥା ସ୍ଵୀକାର କରିଛନ୍ତି I ଏହି ଘଟଣାରେ ଜଣେ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ସହ ୮ ଜଣ ଆହତ ହୋଇଛନ୍ତି I ସୂଚନା ମୁତାବକ, ଚାପରହାର ଜିଲ୍ଲାରେ ଏକ ସନ୍ଦିଗ୍ଧ ସ୍ଥାନରୁ ଗତ କାଲି ରାତିରେ ଗୁଳି ଗୋଳା ଶବ୍ଦ ଆସିବା ପରେ ସେନା ପକ୍ଷରୁ […]

BANK STRIKE
ସାରି ଦିଅନ୍ତୁ ବ୍ୟାଙ୍କ କାମ: କାଲିଠୁ ଲାଗ୍‌ ଲାଗ୍ ଛୁଟି

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ। ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ କାଲିଠାରୁ ଦେଶବ୍ୟାପୀ ୨ ଦିନ ଧରି ଧାରଣା ଦେବାକୁ ଯାଉଛନ୍ତି। ଫଳରେ ଆସନ୍ତାକାଲି ଓ ପଅରଦିନ ଅର୍ଥାତ ବୁଧବାର ଓ ଗୁରୁବାର, […]

results
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। CBSE Class 10 results for 2017-18 declared — Anil Swarup (@swarup58) 29 May 2018 ଛାତ୍ରଛାତ୍ରୀମାନେ ୱେବସାଇଟ୍ www.cbse.nic.in କିମ୍ବା www.cbseresults.nic.inରେ ନିଜର ରେଜଲ୍ଟ ଦେଖିପାରିବେ। କେମିତି ଜାଣିବେ ରେଜଲ୍ଟ…. ସିବିଏସ୍‌ଇ ବୋର୍ଡ଼ ଅଫିସିଆଲ ୱେବ୍‌ସାଇଟ୍‌ cbseresults.nic.in କୁ ଯିବେ। ୱେବ୍‌ସାଇଟ୍‌ର ରେଜଲ୍ଟ ୨୦୧୮ ଉପରେ କ୍ଲିକ୍‌ କରିବେ। କ୍ଲିକ୍‌ […]