ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ୨ ଦିନିଆ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଧର୍ମଘଟର ଆଜି ଦ୍ୱିତୀୟ ତଥା ଶେଷଦିନ। ଆଜି ବି ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୨୧ରୁ ଅଧିକ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାରବାର ଓ ନେଣଦେଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଏପଟେ ଆଜି ମାସର ଶେଷ ଦିନ ଥିବାରୁ ଦରମା ଓ ପେନ୍ସନ୍ ଆଶାୟୀ ସମସ୍ୟାରେ। ଧର୍ମଘଟ ଯୋଗୁଁ ଏଟିଏମ୍ରୁ […]
ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ବାଂଲାଦେଶକୁ ୮ ରନ୍ […]
ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା। ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର। ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ […]
ନୂଆଦିଲ୍ଲୀ: ଗଣମାଧ୍ୟମ, ବିମାନସେବା, ବୀମା ଏବଂ ସିଙ୍ଗଲ ବ୍ରାଣ୍ଡ ରିଟେଲ ଆଦି କ୍ଷେତ୍ରରେ ରହିଥିବା ଏଫ୍ଡିଆଇ କଟକଣା କୋହଳ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଏଫ୍ଡିଆଇ ଇନ୍ଫ୍ଲୋ ୬% ବୃଦ୍ଧି ପାଇ ୬୪.୩୭ ବିଲିଅନ୍ ଡଲାରରେ ପହଞ୍ଚିଥିଲା। ବିଦେଶୀ ପୁଞ୍ଜି ନିବେଶ ପ୍ରସଙ୍ଗରେ ସେ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ କରିବା ପାଇଁ ପ୍ରଚଳିତ ନିୟମକୁ […]
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓ ଭାରତ ସମ୍ପର୍କକୁ ନେଇ ଜାକର୍ତ୍ତାରେ ପ୍ରସିଦ୍ଧ କଟକ ବାଲିଯାତ୍ରାର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାକର୍ତ୍ତାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମୋଦି ଦୁଇ ଦେଶର ପୁରୁଣା ସମ୍ପର୍କକୁ ତାଜା କରି ଦେଇଥିଲେ । ହଜାରେ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କିଭଳି ସାଂସ୍କୃତିକ ଓ ବାଣିଜ୍ୟକ ସମ୍ପର୍କ ରହି ଆସିଛି ତାର ଉଦାହରଣ ଦେବାକୁ ଯାଇ ଓଡ଼ିଶାର ବୋଇତ ବନ୍ଦାଣ ବା ବାଲିଯାତ୍ରା ଉତ୍ସବ ଓ କଟକ […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ହଲ୍ଚଲ୍ ଦେଶର ରାଜନୀତି। ଆସନ୍ତା ୭ ତରିଖରେ ନାଗପୁର ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବା ଲାଗି ପ୍ରଣବ ରାଜି ହେବା ପରେ ସୃଷ୍ଟି ହୋଇଛି ଭ୍ରୁକୁଞ୍ଚନ। କଂଗ୍ରେସିଆ ଛବିକୁ ପଛରେ ପକାଇ ସେ ଏକ ନୂଆ ଅବତାର ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ପରୋକ୍ଷ ପୃଷ୍ଠଭୂମିରେ ରହି ସେ ହିଁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଛାଡ଼ି ଅନ୍ୟ ଦଳଙ୍କ ସହାୟତାରେ ତୃତୀୟ ସାମ୍ମୁଖ୍ୟ […]
ଆମ ଦେଶରେ କ୍ରିକେଟର, ଫିଲ୍ମଷ୍ଟାର କିମ୍ବା ଶିଳ୍ପପତିଙ୍କ ବିଳାସମୟ ଘରକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରୋଚକ ଖବରମାନ ପ୍ରକାଶ ପାଏ। କିନ୍ତୁ ଆପଣ କେବେ ଆମ ସୌଖୀନ ନେତାମାନଙ୍କ ଘର ବିଷୟରେ ଭାବିଛନ୍ତି କି ? ବିଳାସମୟ ଜୀବନଶୈଳୀରେ ଆମ ନେତାମାନେ ଆଦୌ ପଛରେ ନାହାଁନ୍ତି। ଆସନ୍ତୁ ନଜର ପକାଇବା ଆମ ନେତାମାନଙ୍କ ସେହି ବିଳାସମୟ ବଙ୍ଗଳା ବିଷୟରେ। କଂଗ୍ରେସ ନେତା କମଲନାଥ ଏହି ନେତାଙ୍କର ଦିଲ୍ଲୀ ଫ୍ରେଣ୍ଡ […]
ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ୨୭,୮୬,୩୪୯ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍ର ହିସାବରେ ଆସନ୍ତୁ ଜାଣିବା ଟଙ୍କାଟିଏ ଆସିବ କେଉଁଠୁ ଓ ଯିବ କୁଆଡ଼େ ଟଙ୍କାଟିଏ ଆସିବ କେଉଁଠୁ (ପଇସାରେ) ୧: ଋଣ ଓ ଅନ୍ୟାନ୍ୟ ଖର୍ଚ୍ଚ-୨୦ ୨: କର୍ପୋରେଟ ଟିକସ-୨୧ ୩: ଆୟକର-୧୬ ୪: ସୀମା ଶୁଳ୍କ-୪ ୫: କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୮ ୬: ଜିଏସ୍ଟି ଓ ଅନ୍ୟାନ୍ୟ […]
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁରେ ଏବର୍ଷ କେତେ ପରିମାଣରେ ବର୍ଷା ହେବ ସେ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଗକୁ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ସାରା ଦେଶରେ ୯୭ ପ୍ରତିଶତ ବର୍ଷା ହେବ ବୋଲି ପୂର୍ବାନୁମାନରୁ ଜଣାପଡ଼ିଛି। ସେହିପରି ଆଞ୍ଚଳିକ ଭିତ୍ତିରେ ଆଭ୍ୟନ୍ତରୀଣ ଭାରତରେ ୯୯ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ହେଲେ ଉତ୍ତର-ପଶ୍ଚିମ ଭାରତରେ ଶହେ ପ୍ରତିଶତ ବର୍ଷା ସମ୍ଭାବନା ଥିବାର ଜଣା ପଡ଼ିଛି। ସେହିଭଳି ଉତ୍ତର-ପୂର୍ବ […]
ଆଗ୍ରା: ଏଠାରେ ଆଜି ଏମିତି ଏକ ଘଟଣା ଘଟିଛି ଯାହା ସହଜରେ ବିଶ୍ୱାସ ହେବ ନାହିଁ। କିନ୍ତୁ ଘଟଣାଟି ସତ। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ବ୍ୟବସାୟୀଙ୍କଠାରୁ ମାଙ୍କଡ଼ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଛି। ଏହି ଘଟଣା ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ମୁତାବକ, ବିଜୟ ବଂଶଲ ନାମକ ଗହଣା ବ୍ୟବସାୟୀ ଆଜି ପ୍ରାୟ ଦିନ ସାଢ଼େ ୧୦ଟା ବେଳେ ତାଙ୍କ ଝିଅ ନାନ୍ସି ସହ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ […]
ଲର୍ଡ୍ସ: ଚଳିତ ଆଇସିସି ବିଶ୍ୱକପର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ଭେଟିଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ବଡ଼ ସ୍କୋରର ଆବଶ୍ୟକ ଥିଲା। କିନ୍ତୁ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବାକୁ ହେଲେ ବାଂଲାଦେଶକୁ ୭ ରନ୍ ଭିତରେ ଅଲଆଉଟ୍ କରିବାକୁ ପଡ଼ିବ, ଯାହାକି ଅସମ୍ଭବ। ତେଣୁ ଜାଣିବା ଦରକାର ଯେ ପାକିସ୍ତାନର […]
ବର୍ତ୍ତମାନ ଯୁବାବସ୍ଥାରେ କେଶ ଝଡ଼ିବା ଓ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ପାଲଟି ଯାଇଛି। ଯୁବତୀଙ୍କ ତୁଳନାରେ ଯୁବକମାନେ ବେଶୀ ମାତ୍ରାରେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ଫଳରେ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ କଣ ଓ ଏହାର ନିରାକରଣ କେମିତି କରିପାରିବା – ନିଶାଦ୍ରବ୍ୟ ସେବନ – ଆଜିର ଯୁବକ ଯୁବତୀମାନେ ସିଗାରେଟ୍ ଟାଣିବା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ପ୍ରତି ଆକୃଷ୍ଟ ହେବା […]
ଭୁବନେଶ୍ୱର : ମୋଦି ସରକାରଙ୍କର ୨ୟ ପାଳିରେ ଅର୍ଥମନ୍ତ୍ରୀ ସୀତାରମଣ ଯେଉଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ତାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ସମାଲୋଚନା କରିଛି। ଏଥିରେ ମୋଦି ସରକାର ପେଟ୍ରୋଲ, ଡିଜେଲ ଲିଟର ପ୍ରତି ୧ ଟଙ୍କା ଅଧିକ ସେସ୍ ଲାଗୁ କରିଛନ୍ତି। ଏହା ଫଳରେ ପ୍ରତ୍ୟେକଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଚାଷୀ ତା’ର ଫସଲର ଲାଭଜନକ ମୂଲ୍ୟ ପାଇବା କ୍ଷେତ୍ରରେ ବଜେଟ୍ ନିରବ। ଯୁବକମାନଙ୍କୁ ନିଯୁକ୍ତି ମିଳିବା କ୍ଷେତ୍ରରେ କୌଣସି […]
ଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ରାତିରେ ପ୍ରାୟ ୮୦ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଥିଲା। ତେବେ ଦୀର୍ଘ ୧୫ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ […]
ହେଡିଙ୍ଗଲେ : ଆଫଗାନିସ୍ତାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇକ୍ରାମ୍ ଅଲୀ ଖିଲ ନୂଆ କୀର୍ତ୍ତିମାନ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳି ଭାରତର କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ସଚିନ ୧୯୯୨ ବିଶ୍ୱକପରେ ମାତ୍ର ୧୮ ବର୍ଷ ବୟସରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୮୪ ରନ୍ କରିଥିଲେ। ତେବେ ସବୁଠାରୁ କମ୍ ବୟସରେ ବିଶ୍ୱକପରେ ସର୍ବାଧିକ ରନର ରେକର୍ଡ […]