ଶ୍ରୀନଗର: ପୁଣି ଥରେ ସେନା ଉପରକୁ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ ଓ କାଶ୍ମୀର ପୁଲୱାମାରେ CRPF ବାଟାଲିୟନ୍ର ଯବାନଙ୍କ ଉପରକୁ ଗ୍ରେନେଡ଼ ଓ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଯବାନ ମାନେ ଏକ ବଙ୍କର ଗାଡ଼ିରେ ସର୍ଚ୍ଚ ଅପରେସନ୍ରେ ଯାଉଥିବାବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ଦୁଇ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାଣ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ପୁଲୱାମାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି […]
ନୂଆଦିଲ୍ଲୀ: ଚୀନକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟପ୍ ଡିପ୍ଲୋମାସି। ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ଏହି ୩ ରାଷ୍ଟ୍ର ସହ ସାମରିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଚନ୍ତି ମୋଦି। ତ୍ରି ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସାମରିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। […]
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମହାମେଣ୍ଟର ମୂଳଦୁଆ ପଡ଼ିଛି। କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ନିର୍ବାଚନ ଲଢ଼ିବା ନେଇ ଆଜି ସହମତି ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା କେ. ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସହ କଂଗ୍ରେସ ନେତାଙ୍କ ସହମତି ହୋଇଛି। ଜେଡିଏସକୁ ଅର୍ଥମନ୍ତ୍ରୀ ପଦ ଦେବା ନେଇ […]
ଲକ୍ଷ୍ନୌ: ବିଜେପି ନେତାଙ୍କ ରାମାୟଣ ଉପାଖ୍ୟାନ। ମାତା ସୀତାଙ୍କୁ ନେଇ ସେ ଏମିତି ଏକ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଚକିତ ହେବେ । ରାମାୟଣରେ ମାତା ସୀତାଙ୍କୁ ଅଯୋନିସମ୍ଭୁତା ବୋଲି କଥିତ ଅଛି । ତାଙ୍କୁ ଧରିତ୍ରୀ ମାତାଙ୍କ ସନ୍ତାନ ବୋଲି କୁହାଯାଇଛି । ରାଜର୍ଷି ଜନକ ତାଙ୍କୁ ମାଟିରୁ ଉଦ୍ଧାର କରିଥିଲ ବୋଲି କୁହାଯାଏ । କିନ୍ତୁ ସୀତା ଟେଷ୍ଟ ଟ୍ୟୁବ୍ ବେବି ଥିଲେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା। […]
ଇସଲାମାବାଦ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫ୍ଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍ପେଣ୍ଡ କରିବାକୁ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଡାଟାବେସ୍ ଓ ପଞ୍ଜୀକରଣ ପ୍ରାଧିକରଣ ଏବଂ ଇମିଗ୍ରେସନ ବିଭାଗକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ପାକିସ୍ତାନର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଦେଶ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ମୁଶାରଫଙ୍କ […]
ବାରଣାସୀ : ଭାରତୀୟ ଜନତା ପାର୍ଟି-BJP ପକ୍ଷରୁ ଆଜିଠୁ ପୁଣି ଆରମ୍ଭ ହୋଇଛି ମେଗା ସଦସ୍ୟତା ଅଭିଯାନ। ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ଏଥର ନିଜ ସଦସ୍ୟଙ୍କ ସଂଖ୍ୟାଙ୍କୁ ୧୧ କୋଟିରୁ ୨୦ କୋଟିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଏହି ଅଭିଯାନ ଆରମ୍ଭ କରିଛନ୍ତି। ବାରଣାସୀରେ ପହଞ୍ଚିବା ପରେ ମୋଦି ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହାପରେ କର୍ମୀଙ୍କୁ ସମ୍ଭୋଧନ କରି ଏହି […]
ନୂଆଦିଲ୍ଲୀ: ବଦଳିପାରେ CBSE ଗଣିତ ପରୀକ୍ଷା ଢାଞ୍ଚା। କାରଣ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ପ୍ରକାର ପ୍ରଶ୍ନପତ୍ର କରିବାକୁ CBSE ଯୋଜନା କରୁଛି। ଗୋଟିଏ ସରଳ ଏବଂ ଅନ୍ୟଟି ଜଟିଳ। ଭବିଷ୍ୟତରେ ଗଣିତ ବିହୀନ ଉଚ୍ଚଶିକ୍ଷା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଗଣିତ ପରୀକ୍ଷାରେ ସରଳ ପ୍ରଶ୍ନପତ୍ରକୁ ବାଛିପାରିବେ। ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରାଯାଉଥିବାର ଜଣାପଡ଼ିଛି। ସିବିଏସ୍ଇ ଆଭ୍ୟନ୍ତରୀଣ ଭାବେ ଏହି ପ୍ରସ୍ତାବକୁ […]
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣ ସବ୍ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବା ବେଳେ ନୂଆ ଦର ଆଜିଠୁ ଲାଗୁ ହୋଇଛି। ନୂଆ ଦର ଅନୁସାରେ ଦିଲ୍ଳୀରେ ଖାଉଟି ସବ୍ସିଡ଼ି ସିଲିଣ୍ଡରକୁ ୪୯୩ ଟଙ୍କା ୫୫ ପଇସାରେ କିଣିବେ ଏବଂ ଅଣ […]
ନୂଆଦିଲ୍ଲୀ: ଆଜିଠୁ ଜୁନ୍ ୫ ତାରିଖ ଯାଏ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ। ମିଳିଥିବା ମାର୍କକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଏହି ଆବେଦନ କରିପାରିବେ। ଗତ ବର୍ଷ ପୁନଃ ମୂଲ୍ୟାୟନକୁ ସିବିଏସ୍ଇ ବନ୍ଦ କରିଥିଲେ ମଧ୍ୟ ଏ ବର୍ଷ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରାଯାଇଛି। ପୁନଃମୂଲ୍ୟାୟନ ତିନି ପ୍ରକ୍ରିୟାରେ ହେବ। ରିଚେକିଂ ଅର୍ଥାତ ଉତ୍ତର ଖାତାର ସବୁ ମାର୍କକୁ ଆଉ ଥରେ […]
ନୂଆଦିଲ୍ଲୀ : ବିଶ୍ୱକପ୍ କ୍ରିକେଟ୍ରେ ଆଜି ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ହେଡିଲେର ଲିଡ୍ସ ଗ୍ରାଉଣ୍ଡରେ ଶ୍ରୀଲଙ୍କାକୁ ଭେଟିବ ଭାରତୀୟ ଦଳ। ବିରାଟ ବ୍ରିଗେଡ୍ ଏଯାଏଁ ୮ଟି ମ୍ୟାଚ୍ ଖେଳି ୬ ବିଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେପଟେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଟ୍ରେ ୧୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଯଦି ଆଜିର ମ୍ୟାଟ୍ରେ ଭାରତ ବିଜୟୀ ହୁଏ ଏବଂ ଅଷ୍ଟ୍ରେଲିଆ ନିଜ ଶେଷ […]