ମୁମ୍ବାଇ: ଆଇପିଏଲ୍ ବେଟିଂରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ୍। ଖାଲି ସେତିକି ନୁହେଁ ୨ କୋଟି ୭୫ ଲକ୍ଷ ହରେଇଥିବା ମଧ୍ୟ ପୋଲିସ ଆଗରେ ମାନିଛନ୍ତି । ଥାନେ ପୋଲିସ କମିଶନର ପରମବୀର ସିଂକହିଛନ୍ତି ଯେ ଏ ସମ୍ପର୍କରେ ଅରବାଜଙ୍କୁ ଆହୁରି ଜେରା ଚାଲିଛି। ବେଟିଂରେ ସମ୍ପୃକ୍ତି ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରି ଥିଲା । ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ […]
ମାଞ୍ଚେଷ୍ଟର୍ : ଆଜି ମାଞ୍ଚେଷ୍ଟର୍ରେ ଖେଳାଯିବ ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ବିଗ୍ ଫାଇଟ୍ ହେବ ବିରାଟ କୋହଲି ବନାମ କେନ୍ ଓ୍ୱିଲିୟମ୍ସନ୍ଙ୍କ ମଧ୍ୟରେ। ପୂରା ଉତ୍ସାହରେ ଦର୍ଶକ। ଆଜି ଛକା ଚଉକାରେ କମ୍ପିବ ମୈଦାନ। ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍ସନ୍ ନିଜ ନିଜ ଟିମ୍ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ […]
ମାଞ୍ଚେଷ୍ଟର୍ : ଆଜି ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲ୍। ମାଞ୍ଚେଷ୍ଟର୍ରେ ମେନ୍ ଇନ୍ ବ୍ଲୁ ବନାମ ମେନ୍ ଇନ୍ ବ୍ଲାକ୍। ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ଉଭୟ ଟିମ୍ ଚଳିତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତ ମାତ୍ର ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ନ୍ୟୁଜିଲାଣ୍ଡ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଠାରୁ ହାରିଛି। ଲିଗ୍ରେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ ମ୍ୟାଚ୍ ବର୍ଷା ଯୋଗୁଁ […]
ଭୋପାଳ: ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କର ମଚାଇଛି ଧୁମ୍। ଆଉ ରାତାରାତି ହୋଇଯାଇଛନ୍ତି ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ବୟସ ଆଗରେ ସବୁକିଛି ହାର୍ ମାନେ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ଯେଉଁଠି ବି ଦେଖିବେ ତାଙ୍କ ଡ୍ୟାନ୍ସର କ୍ରେଜ୍। ସେହି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ସଞ୍ଜିବ ଶ୍ରୀବାସ୍ତବ। ଯିଏକି ଜଣେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଭୋପାଳର ଭାବା ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ପଢ଼ାନ୍ତି। ବର୍ତ୍ତମାନ ତାଙ୍କ ଡ୍ୟାନ୍ସକୁ ନେଇ ଇଣ୍ଟରନେଟ୍ରେ […]
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଚାଲିଥିବା ୧୦ ଦିନିଆ କୃଷକ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼ ଓ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ସାଙ୍ଗକୁ ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିଶକୁ ଲାଗୁ କରିବା ଆଦି ଦାବି ନେଇ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରୀୟ କିଶାନ ମହାସଂଘ ନେତୃତ୍ୱରେ ଏହି ଆନ୍ଦୋଳନ ହେଉଛି। ଏଥିରେ ପ୍ରାୟ ୧୩୦ଟି ଚାଷୀ ସଂଗଠନ ସାମିଲ ହୋଇଛନ୍ତି। ଏମିତିକି ଆଗକୁ ପନିପରିବା, ଫଳ […]
ଶ୍ରୀନଗର : ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ଜିଓ ପକ୍ଷରୁ ୧୦୨ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଅମରନାଥ ଶ୍ରଦ୍ଧାଳୁଙ୍କୁ ଯୋଗଇ ଦିଆଯିବ। ଏହି ପ୍ଲାନ୍କୁ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି, ଦେଶର ଅନ୍ୟ ଅଂଚଳର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି। ଏଥିପାଇଁ ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟା ସାମ୍ନାର […]
ଫୁଲବାଣୀ: ରମଜାନ ମାସରେ ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ। ରକ୍ତଦାନ କରିଥିବା ଯୁବକ ହେଲେ ଫୁଲବାଣୀର ଶେଖ୍ ସାକିର। ସୂଚନା ଅନୁସାରେ ୩ଦିନ ତଳେ ଫୁଲବାଣୀ ଡାକ୍ତରଖାନାରେ ଡଗୁପଦର ଗାଁରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବା ପରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ କହିଥିଲେ। ମହିଳାଙ୍କ ବ୍ଲଡ ଗ୍ରୁପ AB ପଜିଟିଭ୍ ହୋଇଥିବାରୁ ରକ୍ତ ଯୋଗାଡ଼ କରିବା ପାଇଁ ପରିବାର ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ […]
ମୁମ୍ବାଇ: ଆଇପିଏଲ୍ରେ ବେଟିଂ ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରିଛି। ଆସନ୍ତାକାଲି ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଛି। ଆସନ୍ତାକାଲି ଅରବାଜଙ୍କ ବୟାନ ରେକର୍ଡ ହେବ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସାନ ଭାଇ ହେଉଛନ୍ତି ଅରବାଜ ଖାନ। ନିକଟରେ ଶେଷ ହୋଇଥିବା ଆଇପିଏଲର ବିଭିନ୍ନ ମ୍ୟାଚରେ ଅରବାଜ ଖାନ୍ ବୁକିଙ୍କୁ ଅର୍ଥ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋବା ପରେ […]
ଗାନ୍ଧିନଗର: ଗିରଫ ହୋଇଛି ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ଅହମ୍ମଦ ଲମ୍ବୁ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ସମ୍ପୃକ୍ତ ଲମ୍ବୁକୁ ଗିରଫ କରିଛି ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍। ସୂଚନା ମୁତାବକ ଗୁଜରାଟ ଏଟିଏସ୍ ନଭସାରି ଏବଂ ଭଲସାଦ ଉପକୂଳ ଅଞ୍ଚଳରୁ ଆତଙ୍କବାଦୀ ଅହମ୍ମଦ ଲମ୍ବୁକୁ ଗିରଫ କରାଯାଇଛି। ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ପରେ ଫେରାର ଥିଲା ଅହମ୍ମଦ ଲମ୍ବୁ। ସିବିଆଇ ଏବଂ ଇଣ୍ଟରପୋଲ୍ ଲମ୍ବୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ। ଏହାସହ ଆତଙ୍କବାଦୀ […]