• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Disha Patani
ଦିଶା ପାଟନୀଙ୍କ ଏହି ରୂପ ଦେଖି ସମସ୍ତେ ଫିଦା

ଆଜିକାଲି ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

narendra modi
ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଦୀର୍ଘଦିନ ପରେ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ସପ୍ତାହରେ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି। ସୂଚନା ଅନୁସାରେ ମୋଦି ୨୪ ସେପ୍ଟେମ୍ବରରେ ୱାଶିଂଟନ୍‌ରେ କାଡ଼ ସମୁହର ନେତାଙ୍କ ସହିତ ଆୟୋଜିତ ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ସୂଚନା ମିଳିଛି

Salman-Shahrukh
ଶାହରୁଖ ଓ ସଲମାନଙ୍କ ଡାଏଟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଶାହରୁଖ ଖାନ୍ ଓ ସଲମାନ ଖାନ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର୍। ଏହି ଦୁହିଁଙ୍କ ଫିଲ୍ମ ଯଦି ପରଦାକୁ ଚାଲିଆସେ ତେବେ ଟିକେଟ୍ ବ୍ଲାକ୍‌ ହେବା ଥୟ। ଲୋକେ ଏମାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ଲୋକେ ସେମାନଙ୍କ ଫିଲ୍ମକୁ ତ ପସନ୍ଦ କରନ୍ତି ଏହା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥାଆନ୍ତି। ଏହି ଦୁଇ ଅଭିନେତା ଆଲିଶାନ ଘରେ ରହିବା ସହ ଆଭିଜାତ୍ୟ ସମ୍ପନ୍ନ ଜୀବନ ଜୀଅନ୍ତି।

The madness of Rajinikanth's fans
ପ୍ରଶଂସକଙ୍କ ପାଗଳାମୀ ଦେଖି ରାଗିଗଲେ ସୁପରଷ୍ଟାର ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍ ସବୁବେଳେ ରହି ଆସିଛି । କେବଳ ସାଉଥ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକଙ୍କ ରହିଛନ୍ତି। ନିକଟରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଗଳାମୀ ପାଇଁ ସେ ବହୁତ ରାଗି ଯାଇଛନ୍ତି । ରଜନୀକାନ୍ତଙ୍କ ଫିଲ୍ମର ପୋଷ୍ଟରରେ ପ୍ରଶଂସକ ମାନେ ଛେଳିର ରକ୍ତ ଛିଞ୍ଚିଛନ୍ତି । ଏନେଇ ରଜନୀକାନ୍ତ ବହୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Neeraj Chopra
କେବିସି ହଟସିଟରେ ଅମିତାଭ ବଚ୍ଚନଙ୍କ ସହ ବସିବେ ନୀରଜ ଚୋପ୍ରା

ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍‌ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ।

Snake
ଦୋକାନରେ ମୋବାଇଲ ଦେଖୁଥିଲେ ଦୋକାନୀ, ଉପରକୁ ଡ଼େଇଁଲା କଳାନାଗ...

ବେଳେ ବେଳେ ମଣିଷ ଜୀବନ ସହ ଅଜବ ଘଟଣା ଘଟିଥାଏ । ଯାହାକୁ ସେମାନେ କେବେ ହେଲେ ଭାବି ନଥାନ୍ତି । ଏପରି ଏକ ଘଟଣା ଜଣେ ପାନ ଦୋକାନୀଙ୍କ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି

Rason Card
ରାସନ କାର୍ଡରେ ଏମିତି ଯୋଡନ୍ତୁ ପରିବାର ସଦସ୍ୟଙ୍କ ନାଁ, ମିଳିବ ଅନେକ ଫାଇଦା

ରାସନ କାର୍ଡ ଅଛି। ହେଲେ ସମସ୍ତଙ୍କର ନାଁ ନାହିଁ। ଏମିତି ସମସ୍ୟାରେ ଆପଣ ପଡିଛନ୍ତି କି। ନିଜ ପରିବାରର ମେମ୍ବରଙ୍କ ନାଁ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ। ମାତ୍ର କେଇ ମିନିଟରେ ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା।

White Apple
ଲାଲ୍ ଓ ସବୁଜ ପରେ ବଜାରକୁ ଆସିବ କି ଧଳା ରଙ୍ଗର ସେଓ?

ସେଓର ରଙ୍ଗ କେମିତି। ଉତ୍ତର ମିଳେ ଲାଲ୍। ଦୁନିଆରେ ଆପଣ ଏ ପ୍ରଶ୍ନ ଯାହାକୁ ପଚାରିବେ ସମସ୍ତେ କହିଥାନ୍ତି ନାଲି। ହେଲେ ଆମେ ଆପଣଙ୍କୁ ଏମିତି ଏକ ସେଓ ଦେଖାଉଛୁ ଯାହା ଦେଖିବାକୁ ଲାଲ୍ ନୁହେଁ ତୁଳା ଭଳି ଧଳା

taliban rejected pakistan proposal
ଲାଗୁ ହେବ ଶାରିଆ ଆଇନ୍, ଚୋରି କଲେ ହାତ କାଟ୍ , ଅବୈଧ ସମ୍ପର୍କ ରଖିଲେ ପଥରମାଡ

ଚୋରି କଲେ କଟାଯିବ ହାତ , ଅବୈଧ ସମ୍ପର୍କ ରଖିଲେ ପଥରମାଡ କରି ହତ୍ୟା। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ସହ ପୁଣି ଫେରିବାକୁ ଯାଉଛି ପୂର୍ବର ସେହି ଆତଙ୍କୀ। ମିନିଷ୍ଟ୍ରି ଅଫ୍ ପ୍ରୋପାଗେସନ ଅଫ୍ ଭଚ୍ୟୁ ଆଣ୍ଡ ପ୍ରିଭେନସନ୍ ଅଫ୍ ଭାଇସ ନାମକ ଏହି ମନ୍ତ୍ରଣାଳୟକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା

Nutritious foods
ଓଜନ ବୃଦ୍ଧି ପାଇଁ ଖାଦ୍ୟରେ ସାମିଲ କରନ୍ତୁ ୧୦ଟି ପୋଷକ ଖାଦ୍ୟ

ଶରୀରରରେ ଖାଦ୍ୟର ସନ୍ତୁଳନ ଠିକ୍ ରହିଲେ ଓଜନ ଠିକ୍ ରହିଥାଏ । ଓଜନ କମାଇବା ଯେତିକି କଷ୍ଟ, ଓଜନ ବଢାଇବା ମଧ୍ୟ କିଛି ଲୋକଙ୍କ ପାଇଁ ସମାନ କଷ୍ଟ । ଆଜି ଆମେ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ ।

groom takes brides blessings
କନ୍ୟାଙ୍କୁ ମୁଣ୍ଡିଆ ମାରିଲେ, ଆଶୀର୍ବାଦ ନେଲେ ବର, ଭିଡିଓ ହେଲା ଭାଇରାଲ

ହିନ୍ଦୁ ଧର୍ମରେ ପତିଙ୍କୁ ପରମେଶ୍ୱର କୁହାଯାଏ। ଏପରିକି ପର୍ବପର୍ବାଣୀରେ ପତ୍ନୀମାନେ ପତିଙ୍କୁ ମୁଣ୍ଡିଆ ମାରିବାର ପ୍ରଥା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ, ବିବାହ ପରେ ସ୍ତ୍ରୀ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାଏ। ହେଲେ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବାର ପ୍ରଥା ଦେଖିଛନ୍ତି କି ?

Yami Gautam New Looks In Film ‘Bhoot Police’
ଏମିତି କ’ଣ ହେଲା ୟାମିଙ୍କ ମୁହଁ ? ଆପଣ ବି ଦେଖିଲେ କହିବେ OMG

କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ପ୍ରଥମେ ଲୁଚିଛପି ବିବାହ, ଏବେ ଫିଲ୍ମ ‘Bhoot Police’କୁ ନେଇ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଫିଲ୍ମରେ ୟାମିଙ୍କ ଅଭିନୟ ଓ ଚରିତ୍ରକୁ ବେଶ୍‌ ପ୍ରଶଂସା କରାଯାଉଛି।

Mosquitoes
ମଶା ତିଆରି ଫ୍ୟାକ୍ଟ୍ରି ନିର୍ମାଣ କରୁଛି ଚାଇନା, ଛାଡ଼ିବ ବିଶାକ୍ତ ମଶା

ଚୀନର ଦକ୍ଷିଣାଞ୍ଚଳ ଗୁଆଙ୍ଗଝୋଉରେ ମଶା ଉତ୍ପାଦନ ଫ୍ୟାକ୍ଟ୍ରି ହୋଇଛି। ମଶାଙ୍କୁ ଉପନ୍ନ କରିବାରେ ଚାଇନାର ଏହି ଫ୍ୟାକ୍ଟ୍ରି ଦୁନିଆରେ ସବୁଠୁ ବଡ଼ ଫ୍ୟାକ୍ଟ୍ରି ବୋଲି କୁହାଯାଉଛି। ୩ ହଜାର ୫୦୦ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଫ୍ୟାକ୍ଟ୍ରିରେ ୪ଟି ବଡ଼ ୱାର୍କଶପ ରହିଛି। ପ୍ରତି ୱାର୍କଶପରୁ ପ୍ରତି ସପ୍ତାହରେ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି। ୪ଟି ୱାର୍କ ସପରେ ପ୍ରାୟ 2 କୋଟି ମଶା ଉତ୍ପାଦନ କରାଯାଉଛି।

fujian province lockdown after outbreak
ଚୀନ୍‌ରେ ଡେଲ୍ଟା ଭାରିଆଣ୍ଟ ଆତଙ୍କ ; କଡାକଡ଼ି ହେଲା ଲକଡାଉନ୍

କରୋନା ପୁଣି ଥରେ ଚାଇନାରେ କାୟା ବିସ୍ତାର କରୁଛି। ଚୀନ୍‌ର ଫୁଜିଆନ୍‌ ପ୍ରଦେଶର ଉପକୂଳବର୍ତ୍ତୀ ସିଆମେନରେ ଲକଡାଉନ୍ ଘୋଷଣା କରାଯାଇଛି। କୋଭିଡ୍-୧୯ର ଡେଲ୍ଟା ଭାରିଏଣ୍ଟ ମାମଲା ଆସିବା ପରେ ଏଠାରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

Corona
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୨୭,୧୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ୨୮୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ।

mamata
ଭବାନୀପୁରରୁ ମୋଦି-ଶାହାଙ୍କୁ ଟାର୍ଗେଟ୍‌ କଲେ ଦିଦି। କହିଲେ, ଆମ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ର ସରକାର

ଭବାନୀପୁର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବଢୁଛି ରାଜନୈତିକ ତାତି। ପୁଣି ମୁହାଁମୁହିଁ ବିଜେପି ଓ ଟିଏମସି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବା ନେଇ ଏଠାରେ ସ୍ୱତନ୍ତ୍ର ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଂଟା ଭିଡ଼ିଛି ବିଜେପି।

talibans  leaders absent from public eye
କୁଆଡେ ଗଲେ ତାଲିବାନର ଏଇ ଦୁଇ ବରିଷ୍ଠ ନେତା ? ନିଖୋଜ ନା ମୃତ ?

ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା  ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି। 

taliban kidnapped indian origin
ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଲେ ତାଲିବାନ

ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍‌ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି।

pree meet of  Mumbai police commissioner
ମହିଳାଙ୍କୁ ସୁରକ୍ଷା ଦେବ ନିର୍ଭୟା ସ୍କ୍ୱାଡ୍

ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍।  ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କାଡ୍ କାମକରିବେ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

zee main result
ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ; ପ୍ରଥମ ରାଙ୍କରେ ମିଳିତ ଭାବେ ୧୮ ପରୀକ୍ଷାର୍ଥୀ

ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି  JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ  ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ।

Hindi Diwas 2021
ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ପ୍ରସଙ୍ଗରେ କ’ଣ ଥିଲା ଗାନ୍ଧୀଙ୍କ ମତ?

ଭାରତ ସ୍ୱାଧୀନତା ପୂର୍ବରୁ ଏହା ଏକ ବଡ ପ୍ରସଙ୍ଗ ଥିଲା ଯେ ସ୍ୱାଧୀନ ଭାରତର ରାଷ୍ଟ୍ର ଭାଷା କ’ଣ ହେବ? ମୁସଲମାନ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ବଢୁଥିବା ମତଭେଦ ପାଇଁ ଭାଷା ମଧ୍ୟ ଏକ ପ୍ରମୁଖ କାରଣ ଥିଲା। ଉତ୍ତର ଭାରତର ଲୋକେ ଭାବୁଥିଲେ ଯେ ହିନ୍ଦୀ ହିନ୍ଦୁମାନଙ୍କର ଭାଷା ଏବଂ ଉର୍ଦ୍ଦୁ ହେଉଛି ମୁସଲମାନମାନଙ୍କର ଭାଷା। ସେତେବେଳେ ମଧ୍ୟ ବହୁ ଲୋକ ଥିଲେ ଯେଉଁମାନେ ଉର୍ଦ୍ଦୁ ଜାଣିଥିଲେ ଓ ଲେଖୁଥିଲେ।

ISI
ଚାନ୍ଦିପୁର ITRରେ ପୁଣି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ର ଡାର୍ଟି ଗେମ୍

ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।

Giant Mammoths
ପୃଥିବୀକୁ ଫେରିବ ବିଶାଳକାୟ ହାତୀ ମାମୋଥ୍

ବୈଜ୍ଞାନିକମାନେ ସବୁବେଳେ ନୂଆ ଅନୁସନ୍ଧାନ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ଏପରି ଜିନିଷ ଗବେଷଣା କରନ୍ତି ଯାହାକୁ ସାଧାରଣ ଲୋକେ କେବେ ଭାବି ପାରିବେ ନାହିଁ। ବର୍ତ୍ତମାନ ବୈଜ୍ଞାନିକମାନେ ପୁଣି ଥରେ ଏଭଳି ଏକ ଅନୁସନ୍ଧାନ କରୁଛନ୍ତି। ବର୍ତ୍ତମାନ ସେମାନେ ମାମୋଥ୍‌(ବିଶାଳକାୟ ଲୋମଶ ହାତୀ) ପ୍ରଜାତିକୁ ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଆଠ ଲକ୍ଷ ବର୍ଷ ପୂର୍ବରୁ ଏହି ପ୍ରଜାତି ପୃଥିବୀରୁ ଲୋପ ପାଇଯାଇଛନ୍ତି।

Gorillas covid-positive
ଚିଡିଆଖାନାରେ ଥିବା ୧୩ ଗରିଲା କରୋନା ସଂକ୍ରମିତ

ଆମେରିକାର ଏକ ଚିଡିଆଖାନାରେ ଥିବା ୬୦ଟି ଗରିଲାଙ୍କ ମଧ୍ୟରୁ ୧୩ ଗରିଲା କରୋନା ସଂକ୍ରମିତ ହୋଇଛନ୍ତି। ତେବେ ପ୍ରାଣୀ ଉଦ୍ୟାନ ପ୍ରଶାସନ ଦୃଢଭାବରେ କହିଛି ଯେ କେତେକ କର୍ମଚାରୀଙ୍କ ଯୋଗୁଁ ସେମାନଙ୍କ ପାଖକୁ ଭାଇରସ୍‌ ଆସିଥିବ। ଯେତେବେଳେ ଚିଡିଆଖାନାର କର୍ମଚାରୀମାନେ ଗରିଲାଙ୍କ କାଶ ଓ ନାକରୁ ପାଣି ବୋହୁଥିବା ଦେଖିଲେ ସେତେବେଳେ ତାଙ୍କର ଯାଞ୍ଚ କରାଗଲା। ଏହା ସହିତ ସେମାନଙ୍କ ଭୋକ ମଧ୍ୟ ମରିଗଲା।

Benefits of garlic
ସ୍ୱାସ୍ଥ୍ୟ ପାଇଁ ରସୁଣ,ଜାଣନ୍ତୁ ଏହାର ଉପକାରିତା

ରସୁଣ ଯେକୌଣସି ରୋଷେଇର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ । ରସୁଣରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ ।